କଟକରେ ଊର୍ଦ୍ଦୁ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ

ବ୍ୟୟ ହେବ ୮୦ କୋଟି ଟଙ୍କା,ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳ ଦେବେ ସିଙ୍ଗାପୁର ବିଶେଷଜ୍ଞ: ମୁଖ୍ୟମନ୍ତ୍ରୀ

କଟକ-ସିଡିଏ : ରାଜ୍ୟର ସଂଖ୍ୟାଲଘୁ, ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେବା ପାଇଁ ଓଡିଶା ଆସିବେ ସିଙ୍ଗାପୁରର ବିଶେଷଜ୍ଞ। ଏ ନେଇ ଆଇଟିିଇଇଏଫ୍‌ ସହ ଚୁକ୍ତି ହୋଇଛି। ଚୁକ୍ତି ଅନୁୟାୟୀ ଏହି ବିଶେଷଜ୍ଞ ଟିମ୍‌ ଓଡିଶା ଆସି ଆଇଟିଆଇ ତଥା ଡିପ୍ଲୋମା ଶିକ୍ଷାଲାଭ କରୁଥିବା ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହ ଆବଶ୍ୟକ ପଡିଲେ ଅଧିକ ଜ୍ଞାନକୌଶଳ ପାଇଁ ସେମାନଙ୍କୁ ସିଙ୍ଗାପୁର ନେ‌େବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୌଲାନା ଆଜାଦ ଊର୍ଦ୍ଦୁ ବିଶ୍ବବିଦ୍ୟାଳୟ କଟକ ଶାଖାର ଶିଳାନ୍ୟାସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏପରି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୌଲାନା ଆଜାଦ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର କଟକ ଶାଖା ପ୍ରତିଷ୍ଠା ଦ୍ବାରା ଉର୍ଦ୍ଦୁ ଭାଷା ମାଧ୍ୟମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ବୈଷୟିକ ଶିକ୍ଷାଲାଭ କରିପାରିବେ। ଏହି କ୍ୟାମ୍ପସ ସ୍ଥାପନ ପାଇଁ ସରକାର ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଏକର ଜାଗା ପ୍ରଦାନ କରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ‌ହ‌େ‌ଷ୍ଟଲ ଏବଂ ଖେଳପଡିଆ ନିର୍ମାଣ ପାଇଁ ଆଉ ପାଞ୍ଚ ଏକର ଜାଗା ଯୋଗାଇ ଦେବେ। ସେହିପରି ରାଜ୍ୟରେ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ୪ଟି ସ୍ଥାନରେ ହଷ୍ଟେଲ ନିର୍ମାଣ ପାଇଁ ୧୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖ୍ରୀଷ୍ଟ ମହାବିଦ୍ୟାଳୟର ସଂଖ୍ୟାଲଘୁ ହଷ୍ଟେଲ, ସେମିନାର ହାଇସ୍କୁଲ ହଷ୍ଟେଲ, ବକ୍ସିବଜାରର ଏକ କମ୍ୟୁନିଟି ହଲ ଏବଂ ‌େଶଖବଜାର ଉର୍ଦ୍ଦୁ ଟ୍ରେନିଂ ସ୍କୁଲର ମହିଳା ‌ହଷ୍ଟେଲର ନୂତନ ଗୃହର ଶିଳାନ୍ୟାସ ସଭାସ୍ଥଳରେ ରହି କରିଥିଲେ।

ମୌଲାନା ଆଜାଦ ଊର୍ଦ୍ଦୁ ବିଶ୍ବବିଦ୍ୟାଳୟର ଉପଦେଷ୍ଟା ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଏମ.କ୍ୟୁ.ଖାନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂଜିନିୟର ଆର.କେ.ସ୍ବାମୀ ସ୍ବାଗତ ଭାଷଣ ଦେଇଥିଲେ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ବାଇଁ, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ଚୌଦ୍ବାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ମୌଲାନା ଆଜାଦ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅସଲାମ ପରଭେଜ ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ଥିଲେ। ଡକ୍ଟର ବି.କେ.ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନା ଯୋଗ୍ୟ, ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କାଲାମ ଆଜାଦଙ୍କ ନାମରେ ହାଇଦ୍ରାବାଦରେ ୧୯୯୮ରେ ଏକ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ା କଟକର ସିଡିଏଠାରେ ଏହାର ଏକ ସଂପ୍ରସାରିତ ଶାଖା ଖୋଲାଯାଉଥିବାବେଳେ ଏଥିରେ ଊର୍ଦ୍ଦୁ ଭାଷା ମାଧ୍ୟମରେ ପଲିଟେକନିକ ଏବଂ ଆଇଟିଆଇ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ଉଭୟ ପଲିଟେକନିକ ଏବଂ ଆଇଟିଆଇରେ ୪ଟି ଟ୍ରେଡ ରହିଥିବାବେଳେ ମୋଟ ୩୬୦ଟି ସିଟ ରହିଛି ା ୟୁଜିସି ଦ୍ବାରା ମଞ୍ଜୁରୀପ୍ରାପ୍ତ ଏହି ବିଶ୍ବବିଦ୍ୟାଳୟରେ ପଲିଟେକନିକ ପାଇଁ ୩୦ କୋଟି ଏବଂ ଆଇଟିଆଇ ପାଇଁ ୬ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ପାଇଁ ୧୦ କୋଟି ଏବଂ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ପାଇଁ ୪୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି।

ସମ୍ବନ୍ଧିତ ଖବର