ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟର ନୂଆ କୋଠା ପାଇଁ ଶିଳାନ୍ୟାସ

କଟକ : ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟର ସଂପ୍ରସାରିତ କୋଠା (ଏକ୍ସଟେନସନ୍ ବିଲ୍ଡିଂ) ଶନିବାର ଦିନ ଉଦଘାଟିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭିନିତ ସରନ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଯୋଗ ଦେଇ ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟର ନୂଆ ସଂପ୍ରସାରିତ କୋଠାକୁ ଉଦଘାଟନ କରିଥିଲେ। ଏହାପରେ ହାଇକୋର୍ଟ ନିକଟ କାଳୀଗଳି ପାଖରେ ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟର ନୂଆ କୋଠାର ଶିଳାନ୍ୟାସ କରାଯାଇଥିଲା। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭିନିତ ସରନ ଓ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଯୋଗ ଦେଇ ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ସମସ୍ତ ଅତିରିକ୍ତ ସରକାରୀ ଓକିଲ, ଷ୍ଟାଣ୍ଡିଂ କାଉନସିଲ, ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ, ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆଡଭୋକେଟ ଜେନେରାଲଙ୍କ କାର୍ଯ୍ୟାଳୟ ହାଇକୋର୍ଟ ପରିସରରେ କାର୍ଯ୍ୟ କରୁଛି। ଆଜି ଉଲ୍ଲେଖନୀୟ ଘଟଣାକ୍ରମରେ ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟର ନିଜସ୍ବ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ପ୍ରଥମ ଥର ପାଇଁ ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟର ନିଜସ୍ବ କୋଠା ନିର୍ମାଣ ହେବାକୁ ଯାଉଛି। ଖୁବ୍ ଶୀଘ୍ର ଏହି ନିର୍ମାଣ କାର୍ଯ୍ୟ ଶେଷ ‌କରିବାକୁ ଯୋଜନା କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର