ବଲାଙ୍ଗୀର: ଜିଲ୍ଲା କ୍ରିକେଟ ଏକାଡେମିର ଭିତ୍ତିପ୍ରସ୍ତର ସ୍ଥାପିତ

ବଲାଙ୍ଗୀର : ଓଡ଼ିଶା କ୍ରିକେଟ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପରିପ୍ରେକ୍ଷୀରେ ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଏକାଡେମିର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। କ୍ରୀଡ଼ା ସଂସଦ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧିବଦ୍ଧ ଭାବେ କ୍ରିକେଟ ଏକାଡେମିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲ୍ଲାପାଳ ଚଂଚଳ ରାଣା, ଏସ୍‌ପି ନିତିନ କୁଶଲକରଙ୍କ ସହ ଆର୍ନ୍ତଜାତୀୟ ମହିଳା କ୍ରିକେଟ ଖେଳାଳି ମାଧୁରୀ ମେହେଟା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱ ତଥା ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବାରବାଟି ଷ୍ଟାଡିୟମରୁ ଭର୍ଚୁଆଲ ମାଧ୍ୟମରେ ସାରା ରାଜ୍ୟରେ ୧୫ଗୋଟି ଜିଲ୍ଲା‌‌ରେ କ୍ରିକେଟ ଏକାଡେମିର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା। ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଭାଗୀୟ ସଚିବ ବିଶାଳ ଦେବ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ଓଡ଼ିଶାବାସୀ ଓ କ୍ରିକେଟ ପ୍ରେମୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ। ସେହିପରି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଂଜୟ ବେହେରା, ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା କ୍ରିକେଟ ମୁଖ୍ୟ କୋଚ୍ ୱାସିମ ଜାଫର ଓ ପୂର୍ବ କ୍ରିକେଟ ଖେଳାଳି ପ୍ରଜ୍ଞାନ ଓଝା ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିଲେ।

ବଲାଙ୍ଗୀରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ଜିଲ୍ଲା କ୍ରିକେଟ ଏକାଡେମି ଭିତ୍ତି ପ୍ରସ୍ତର ଦିଆଯାଇଥିଲା। ସଂସଦର ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥୀ, ଅନ୍ୟତମ ଯୁଗ୍ମ ସମ୍ପାଦକ ଶତ୍ରୁଘ୍ନ ସିଂହ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତିପ୍ରସାଦ ପରିଡ଼ା, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, କ୍ରିକେଟ ସମ୍ପାଦକ ଓମ୍‌ ପ୍ରକାଶ ଚାନ୍ଦ, କ୍ରୀଡ଼ା ସମ୍ପାଦକ ବିଭୂତି ପଣ୍ଡା, ଭଲିବଲ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଫୁଟ୍‌ବଲ ସମ୍ପାଦକ ହେମନ୍ତ ବେହେରା, ଗ୍ରାମ୍ୟ କ୍ରୀଡ଼ା ସମ୍ପାଦକ ସଂଗ୍ରାମ ବହିଦାର, ବରିଷ୍ଠ ସଭ୍ୟ ଶାନ୍ତନୁ ସାହୁ, ରମେଶ ପୁରୋହିତ, ଜୟରାମ ମିଶ୍ର, ଦ୍ୱାରିକା ପଣ୍ଡା, ରାଜେନ୍ଦ୍ର ପୁରୋହିତ, ବିଜୟ ବଂସଲ, ସୁଧୀର ଚନ୍ଦ୍ର ପଣ୍ଡା, ଡ. ସିଦ୍ଧେଶ୍ୱର ମିଶ୍ର, ରମାକାନ୍ତ ସେଠ୍‌, କସ୍ତୁରୀ ରଥ, ସୂର୍ଯ୍ୟ ମିଶ୍ର, ଅରୁଣ ନାଏକ, ଅନୁପ ସାହୁ, ଗୌର ପ୍ରଧାନ, ରବୀନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର