ନୂଆପଡ଼ା : ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ନୂଆପଡ଼ା ଜିଲ୍ଲାରେ ଲିକୁଇଡ୍‌ ମେଡିକାଲ ଅକ୍ସିଜେନ (୬-କେଏଲ୍‌) ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାର ଶିଳାନ୍ୟାସ ହୋଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଭରଚୁଆଲ୍‌ ମାଧ୍ୟମରେ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ବଧାଦେବ ସିଂହ ଅଧ୍ୟକ୍ଷତା କରିଥିଲେ। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲିଆକ ଉପସ୍ଥିତ ଥିଲେ। କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ରାଜ୍ୟର ସବୁ ଜିଲ୍ଲାରେ ଏହି ପ୍ଲାଣ୍ଟ ସ୍ଥାପନା କରାଯାଉଛି।

Advertisment

ଏହି ଅବସରରେ ନୂଆପଡ଼ା ଏସ୍‌ପି ରାହୁଲ ଜୈନ, ସିଡିଏମ୍‌ଓ କାଳୀପ୍ରସାଦ ବେହେରା ଉପସ୍ଥିତ ଥିଲେ। ପରେ ବିଜେଡିର ଜିଲ୍ଲା ସଭାପତି ମନୋଜ ମିଶ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାସ ସିଂ ମାଝୀ, ବିଜୁ ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟ ଅବନୀ ଯୋଷୀ, କାଳିଆ ପ୍ରଧାନ, ମୁରଲୀ ଭୋଇ, ସିତୁ ବୋଧଙ୍କର, ସୁଧୀର ମିଶ୍ର, କାର୍ତ୍ତିକ ଦୀପ, ନିଶାନ୍ତ ଡାଗା, ଅଜୟ ଗହିର ଉପସ୍ଥିତ ଥିଲେ।