ବଲାଙ୍ଗୀର : ରାଜ୍ୟର ୬ଟି ଜିଲ୍ଲାରେ ବୁଧବାର ଅକ୍ସିଜେନ ପ୍ରକଳ୍ପ ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିଲା। ଏହି କ୍ରମରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ପରିସରରେ ମଧ୍ୟ ଦୁଇଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଥିଲା। ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ଦୁଇଟି ହେଲା, ଚାପ ଅବଶୋଷଣ ପ୍ରଣାଳୀରେ ଉତ୍ପାଦନ ଏବଂ ବଣ୍ଟନ ବ୍ୟବସ୍ଥା ତଥା ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା। ଏହି ଦୁଇଟି ଅକ୍ସିଜେନ ପ୍ରକଳ୍ପ ଦ୍ୱାରା ହସପିଟାଲକୁ ଆସୁଥିବା ରୋଗୀଙ୍କ ଅକ୍ସିଜେନ ଚାହିଦା ପୂରଣ ହୋଇପାରିବ।
ଆଗରୁ ହସପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ବା ପାଇପ ଲାଇନ ସିଷ୍ଟମର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ। ଏବେ ଦୁଇଟି ପ୍ରକଳ୍ପ ତିଆରି ହେବା ପରେ ପାଇପ ଯୋଗେ ଅନବରତ ଭାବେ ଗୁରୁତର ରୋଗୀ ଅକ୍ସିଜେନ ପାଇପାରିବେ। ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ମହିଳା, ଶିଶୁବିକାଶ ଓ ମିସନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଂଚଳ ରାଣା, ମେଡିକାଲ କଲେଜର ଡିନ ଡାକ୍ତର ସବିତା ମହାପାତ୍ର, ହସପିଟାଲ ଅଧୀକ୍ଷକ ମହେନ୍ଦ୍ର ନାୟକଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ବହୁ ଅଧିକାରୀ ଯୋଗଦେଇଥିଲେ। ମନ୍ତ୍ରୀ ଟୁକୁନୀ ସାହୁ ଏଭଳି ଏକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସେହିପରି ବିଧାୟକ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଶୀଘ୍ର ମେଡିକାଲ କଲେଜ ପରିସରରେ ନିର୍ମାଣ କରାଯାଉଥିବା କୋଠା କାମ ସାରିବା ସହିତ ଯୁବବର୍ଗର ସମସ୍ତଙ୍କୁ ଟିକାଦାନ କରିବା ପାଇଁ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/balangri-oxygen.jpg)