ରେଳବାଇରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲା: ଅଭିଯୁକ୍ତର ୪ ବ୍ୟାଙ୍କ ଆକାଉଣ୍ଟ ସିଲ

ଧଉଳି: କୁଖ୍ୟାତ ଠକ ସରୋଜ କୁମାର ଜେନା ବିରୋଧରେ ଅଭିଯୋଗ ତାଲିକା ବଢ଼ିବାରେ ଲାଗିଛି । ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ରେଳବାଇରେ କିରାଣି ଚାକିରି କରାଇ ଦେବାକୁ କହି ପ୍ରଥମ ପର୍ଯ୍ୟାୟରେ ୭୦ ହଜାର ଟଙ୍କା ଠକି ନେଇଛି । ଆଜି ଶ୍ରୀ ଲିଙ୍ଗରାଜ ଥାନା ଅଧୀନ ମହାବୀର ନଗରର ବାସିନ୍ଦା ଦେବଦତ୍ତ ପଣ୍ଡାଙ୍କ ପତ୍ନୀ ରାଜଶ୍ରୀ ପଣ୍ଡାଙ୍କ ଠାରୁ ଗତ ଫେବ୍ରୁଆରୀ ମାସରେ ଟଙ୍କା ନେଇଥିଲା ।

ସରୋଜ ନୂଆଗାଁସ୍ଥିତ ଭଡ଼ାଘରେ ଚାଲିଥିବା ଅଫିସକୁ ଡକାଇ ଦେବଶ୍ରୀଙ୍କ ଠାରୁ ଟଙ୍କା ନେଇଥିଲା । ୩ ଦିନିଆ ରିମାଣ୍ତରେ ଆଣି ସରୋଜକୁ ପଚରାଉଚରା କରିବାରୁ ତା ’ଠାରୁ ପୁଲିସ ଏହା ଜାଣିବାକୁ ପାଇଛି । ରାଜଶ୍ରୀଙ୍କ ଅଭିଯୋଗ ଆଧାରରେ ଧଉଳି ଥାନାରେ ନଂ ୩୩ରେ ମାମଲା ରୁଜୁ ହୋଇଛି ।

ପୁଲିସ ଅଧିକାରୀଙ୍କ ଠାରୁ ମଳିଥିବା ସୂଚନା ମୁତାବକ ସରୋଜ ନାମରେ  ବିଭିନ୍ନ ବ୍ୟାଙ୍କରେ ୪ଟି ଆକାଉଣ୍ଟ ରହିଛି। ସେଥିମଧ୍ୟରୁ ୩ଟି ଆକାଉଣ୍ଟରେ ଅଳ୍ପ କିଛି ଟଙ୍କା ଥିବା ବେଳେ ବାକି ଅନ୍ୟ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ରହିଛି । ସରୋଜ ନାମେର ଥିବା ସବୁ ବ୍ୟାଙ୍କ ଆକାଉଣ୍ଟକୁ କେଉଁ ଆକାଉଣ୍ଟରୁ ଟଙ୍କା ଆସିଥିଲା ଏବଂ ଆଉ କେଉଁ ଆକାଉଣ୍ଟକୁ ଯାଇଛି ତାହା ପୁଲିସ ଯାଞ୍ଚ କରିଥିଲା । ଆଜି ରିମାଣ୍ଡ ଶେଷ ହୋଇଯାଇଥିବା ବେଳେ ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର