ଛିନ୍‌ତାଇ ଓ ଲୁଟ ଘଟଣାରେ ୪ ଅଭିଯୁକ୍ତ ଗିରଫ, ୮୨ ହଜାର ଓ ବାଇକ୍‌ ଜବତ

ଭଦ୍ରକ: ବିଭିନ୍ନ ସ୍ଥାନରୁ ଛିନତାଇ କରିବା ସହ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ କରି ଫେରାର ହୋଇଯାଉଥିବା ଲୁଟେରାମାନଙ୍କୁ ଶେଷରେ ଭଦ୍ରକ ଟାଉନ ପୁଲିସ ଧରିବାରେ ସକ୍ଷମ ହୋଇଛି। ୪ଟି ପୃଥକ ପୃଥକ୍ ମାମଲାରେ ସଂପୃକ୍ତ ଥିବା ଲୁଟେରାମାନଙ୍କ ମଧ୍ୟରୁ ଭଦ୍ରକ ଟାଉନ ପୁଲିସ ମୋଟ ୪ଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଏହି ୪ ଆସମୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରୁ ୩ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ନୂଆପଡା ଜିଲ୍ଲାରୁ ଗିରଫ କରାଯାଇଛି।
ଗିରଫ ହୋଇଥିବା ଏହି ଲୁଟେରା ମାନଙ୍କ ଠାରୁ ପୁଲିସ ମୋଟ ୮୨ ହଜାର ଟଙ୍କା, ଏକ ବାଇକ୍‌ ଓ ୨ଟି ମୋବାଇଲ ଫୋନ୍  ଜବତ କରିଛି। ସେହିପରି ସେମାନେ ବ୍ୟବହୃତ କରୁଥିବା ଗୋଟାଏ। ବ୍ୟାଙ୍କ ଆକାଉଣ୍ଟକୁ ପୁଲିସ  ସିଜ କରିଛି। ଏହି ଆକାଉଣ୍ଟରେ ୧ ଲକ୍ଷ ୫୦ ହଜାର ଟଙ୍କା ଜମା ରହିଛି। ଲୁଟ୍‌ କରି ନେଇଥିବା ଟଙ୍କାକୁ ଲୁଟେରାମାନେ ଏହି ଆକାଉଣ୍ଟରେ ରଖିଥିବା ନେଇ ପୁଲିସ ତଦନ୍ତ ବେଳେ ଜଣାପଡ଼ିଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିବା ସହିତ ଲୁଟେରା ମାନଙ୍କୁ କୋର୍ଟ ଫରୱାର୍ଡ଼ କରାଯାଇଛି ବୋଲି ଭଦ୍ରକ ଟାଉନ୍ ପୁଲିସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ସିଟି ଡିଏସପି  ଅଂଶୁମାନ ଦିବେଦୀ ଯୋଗ ଦେଇ ଲୁଟେରାଙ୍କ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଏହି ଘଟଣାରେ ଅନ୍ୟ ଯେଉଁମାନେ ସଂପୃକ୍ତ ରହିଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର ପୁଲିସ ଗିରଫ କରିବ ବୋଲି ଡିଏସପି ଶ୍ରୀ ଦେବେଦୀ ପ୍ରକାଶ କରିଛନ୍ତି।
ସୂଚନାରୁ ପ୍ରକାଶ ଯେ, ଗତ କିଛି ଦିନ ହେବ ଏହି ଲୁଟେରାମାନେ ଭଦ୍ରକ ସହର ଓ ଚରମ୍ପା ଅଞ୍ଚଳରୁ ମହିଳାମାନଙ୍କ ବେକରୁ ସୁନା ଚେନ ଛିନତାଇ କରିବା ସହିତ କୌଶଳ କ୍ରମେ ବାଇକ୍‌ ଡ଼ିକି ଭାଙ୍ଗି ଟଙ୍କା ମଧ୍ୟ ଲୁଟି ନେଉଥିଲେ। ଏ ସମ୍ପର୍କରେ ବାରମ୍ବାର ଭଦ୍ରକ ଟାଉନ ପୁଲିସ ପାଖରେ ଅଭିଯୋଗ ହୋଇଥିଲା। ପୁଲିସ ଏହି ଘଟଣା କୁ ଗୁରୁତ୍ୱର ସହକାର ନେବା ସହ ଲୁଟେରା ମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିଥିଲା। ଶେଷରେ ଏହି ସ୍ୱତନ୍ତ୍ର ପୁଲିସ ଟିମ ଏହି ଲୁଟେରାମାନଙ୍କୁ ଧରିଥିଲା। ଭଦ୍ରକର  ଜଣେ ଲୋକଙ୍କ ବାଇକ୍‌ ଡିକି ଭାଙ୍ଗି ଲକ୍ଷେ ୪୦ ହଜାର ଟଙ୍କା ଲୁଟ ହୋଇଥିବା ବେଳେ ଏହି ଲୁଟ ଘଟଣାରେ ପୁଲିସ ଭଦ୍ରକ ଟାଉନ୍ ଥାନାରେ ମାମଲା ରୁଜୁ କରିଥିଲା ବେଳେ ଭଦ୍ରକ ମେଡ଼ିକାଲ ଛକରୁ ଅନ୍ୟ ଜଣେ ଲୋକଙ୍କ ଗାଡି ଡିକି ଭାଙ୍ଗି ଲକ୍ଷେ ୯୫ ହଜାର ଟଙ୍କା ଲୁଟ ବୋଇଥିନା ବେଳେ ପୁଲିସ ଭଦ୍ରକ ଟାଉନ ଥାନାରେ ମାମଲା ରୁଜୁ କରି ଥିଲା।
ସେହିପରି  ଭଦ୍ରକ ଛିନତାଇ ଘଟଣାରେ ସଂପୃକ୍ତ ଥିବା ନୂଆପଡା ଜିଲ୍ଲା ଖରିଆଲ ଅଞ୍ଚଳରୁ ନବୀ ହୁସେନଙ୍କୁ ଗିରଫ କରିଛି ଟାଉନ ପୁଲିସ। ଏହି ଛିନତାଇ ଘଟଣାରେ ପୁଲିସ ଦୁଇଟି ପୃଥକ ପୃଥକ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଛିନତାଇ ଘଟଣାରେ ଦୁଇ ଜଣ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନରେ ଦୁଇଟି ସୁନା ଚେନ୍ ଛିନତାଇ କରି ଫେରାର ହୋଇଯାଇ ଥିଲେ। ଏହି ୪ଟି ମାମଲାରେ ତଦନ୍ତ କରି ପୁଲିସ ମୋଟ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ମୋଟ ୮୨ ହଜାର ଟଙ୍କା ଜବତ କରିଛି। ସେହିପରି ଏକ ବାଇକ୍‌ ଓ ୨ଟି ମୋବାଇଲ ଫୋନ୍ ଓ ଏକ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ଭଦ୍ରକ ସିଟି ଡିଏସପି ଅଂଶୁମାନ ଦିବେଦୀ ଆଜି ଭଦ୍ରକ ଟାଉନ୍ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ସମ୍ବନ୍ଧିତ ଖବର