ଝାରସୁଗୁଡ଼ା : ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ବୁଢ଼ୀପଦର ଜାତୀୟ ରାଜପଥ ଉପରୁ ଏକ କୋଇଲା ବୋଝେଇ ଟ୍ରକ୍‌ ଲୁଟ୍ ଅଭିଯୋଗ ହୋଇଥିଲା। ଗତ ମାସ ୨୮ ତାରିଖ ଦିନ ୪ ଜଣ ଦୁର୍ବୃତ୍ତ ଏକ କୋଇଲା ବୋଝେଇ ଟ୍ରକ୍‌ ଡ୍ରାଇଭରକୁ ମାଡ଼ ମାରି ଟ୍ରକ୍‌ ଲୁଟି ନେଇଥିଲେ। ଟ୍ରକ୍‌ ମାଲିକ ଲମଟିବାହାଲର ମୌସିନ ଖାନ୍‌ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଥାନା କେସ୍‌ ନମ୍ବର ୨ ରେ ଭାରତୀୟ ଦଣ୍ଡବିଧି ଆଇନ ଦଫା ୩୯୫ ରେ ତଦନ୍ତ କରି ବ୍ରଜରାଜନଗର ଓ ସୁନ୍ଦରଗଡ଼ଠାରେ ଚଢ଼ଉ କରି ମୋହିତ ମଣ୍ଡଳ, ରାଜୁ ଦାସ,  ରାକେଶ ସିଂହ, ଓମପ୍ରକାଶ ଶର୍ମାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଚୋରି ହୋଇଥିବା ଟ୍ରକ୍‌କୁ ସୁନ୍ଦରଗଡ଼ ଭୋଜପୁରଠାରୁ ଉଦ୍ଧାର କରିଥିବା ସଦର ଆଇଆଇସି ଶୁଚିସ୍ମିତା ମହାନ୍ତି ଜଣାଇଛନ୍ତି।

Advertisment