ବୋଲେରୋ ଓ ପିକ୍‌-ଅପ୍ ଚୋରି ଘଟଣାରେ ୪ ଗିରଫ, ଜଣେ ଫେରାର

କୁତ୍ରା : କୁତ୍ରା ଥାନା ଅଞ୍ଚଳରେ ହୋଇଥିବା ବୋଲେରୋ ଓ ପିକ୍‌-ଅପ୍ ଚୋରି ଘଟଣାରେ କୁତ୍ରା ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋହର ଅନସାରୀ, ସରଫରାଜ ଅନସାରୀ, ରଜାକ ଅନସାରୀ, ମହମ୍ମଦ ଅନସାରୀ। ସେମାନେ ଲାଠିକଟା ଓ ବିଶ୍ରା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ଚୋରି ହୋଇଥିବା ଉଭୟ ବୋଲେରୋ ଓ ପିକ୍‌-ଅପ୍‌ ପୁଲିସ ଉଦ୍ଧାର କରିଛି। ଏହି ଘଟଣାରେ ଏବେ ମଧ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି।

ଏମାନେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି, ଡକାୟତି ଭଳି ବିଭିନ୍ନ ଘଟଣାରେ ସାମିଲ ଥିବା ଜଣାପଡ଼ିଛି। ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜଗାଙ୍ଗପୁର ଏସଡିପିଓ ଶଶାଙ୍କ ଶେଖର ବେଉରା, କୁତ୍ରା ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ୧ ତାରିଖ ଦିନ ଅହମ୍ମଦ ରାଜାଙ୍କ ଏକ ବୋଲେରୋ ୟୁପି ୬୫ ଏୟୁ ୪୭୬୧ କୁତ୍ରା ସାପ୍ତାହିକ ହାଟରେ ରଖିଥିବା ବେଳେ ଚୋରି ହୋଇଯାଇଥିଲା। କୁତ୍ରା ପୁଲିସ କେସ୍‌ ନମ୍ବର ୧୭ରେ ମାମଲା ରୁଜୁକରି ତଦନ୍ତ କରୁଥିଲା। ସେହିପରି ୫ ତାରିଖ ଦିନ କୁତ୍ରା ଗ୍ରାମର ଅନୁପ ଅଗ୍ରୱାଲଙ୍କ ଏକ ପିକ୍‌-ଅପ୍ ଓଡି ୧୬- ୯୩୧୧ ଚୋରି ହୋଇଯାଇଥିଲା। ଏହାକୁ ନେଇ ମଧ୍ୟ କୁତ୍ରା ପୁଲିସ କେସ୍‌ ନମ୍ବର ୨୨ରେ ମାମଲାର ରୁଜୁ କରି ତଦନ୍ତ କରୁଥିଲା।

ସମ୍ବନ୍ଧିତ ଖବର