ଭଞ୍ଜନଗର: ଭଞ୍ଜନଗର ଥାନା ବେଲଗୁଣ୍ଠା ଫାଣ୍ଡି ଅଧିନ ସହରର ଜଣାଶୁଣା ବ୍ୟବସାୟୀ କାଳୁ ଚରଣ ପଣ୍ଡାଙ୍କ ଘରୁ(ଲୋକନାଥ ଭବନ) କିଛି ଦୁବୁର୍ତ୍ତ ଗତମାସ ୧୫ ତାରିଖ ଦିନ ରାତିରେ ଘରେ ପଶି ୮୨ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ରୂପା ଚୋରି କରି ନେଇ ଯାଇଥିଲେ। ସେହି ଘଟଣାର ତଦନ୍ତ କରି ପୁଲିସ୍ ଆଜି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ନଗଦ ୪୫ ହଜାର ୨୫୦ ଟଙ୍କା, ସୁନା ମୁଦି, ମୟୁରୀ ରୂପା ଫରୁଆ,ଏକ ହଳ ରୂପା ପାଉଁଜି ଦୁଇଟି ସାଇକଲ ଜବତ କରିଥିବା ଥାନା ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ ସେମାନଙ୍କ ନିକଟରୁ ଚୋରିରେ ବ୍ୟବହୃତ ହାତୁଡି, ସ୍କୃ ଡ୍ରାଇଭର ଆଦି ଜବତ କରାଯାଇଥିବା ସେ ପ୍ରକାଶ କରିଛନ୍ତି।
ଏହି ଘଟଣାରେ ପୁଲିସ୍ ଗୋାଟିଏ ପରିବାରର ବାପା ପୁଅ ଓ ଜ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ବୁଗୁଡ଼ା ଥାନା ଘୋଳପୁରର ଲକ୍ଷ୍ମୀ ପାତ୍ର(୪୬) ଓ ତାର ପୁଅ ଉତ୍ତମ ପାତ୍ର(୨୫) ଜ୍ୱାଇଁ ପୋଚାଲୁଣ୍ଡିର ଚିରଞ୍ଜିବି ପାତ୍ର(୨୯) ଏବଂ ତାଙ୍କର ଜଣେ ସଂର୍ପକୀୟ ନରସିଂହପୁର ଥାନା ରଣେଶପୁରର ଜାପନି ପାତ୍ର(୨୭)ଯ ଏଥିସହ ଏହି ଘଟଣାରେ ସଂପୃକ୍ତ ଅନ୍ୟ ତିନିଜଣ ଫେରାର୍ ଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି।
ସୂଚନା ଅନୁଯାୟୀ,ବେଲଗୁଣ୍ଠା ସହରର ବ୍ୟବସାୟୀ କାଳୁ ଚରଣ ପଣ୍ଡାଙ୍କ ଘରେ ଗତମାସ ୧୫ ତାରିଖ ଦିନ ବିଳମ୍ବିତ ରାତିରେ କାଳୁ ଚରଣଙ୍କ ପରିବାର ବର୍ଗ ଶେଇଥିବା ବେମଳେ ୭ ଜଣ ଦୁର୍ବୃତ୍ତ ତାଙ୍କ ବାରିପଟ ଗ୍ରୀଲ ତାଲା ଲୁହା ରଡ ଦ୍ଵାରା ଭାଙ୍ଗି ଘର ଭିତରେ ପଶିଥିଲେ। ଘର ଭିତରେ ଲାଗିଥିବା ସିସି କ୍ୟାପମେରାକୁ ଦେଖି ନିଜ ଚେହେରା ଢାଙ୍କି ଦେଇଥିଲେ। କାଳୁ ଚରଣ ଓ ତାଙ୍କ ପରିବାର ଶୋଇଥିବା ବେଡରୁମ୍ର କବାଟ ବାହାର ପଟୁ ବନ୍ଦ କରିବା ସହ ଆଲମିରା ଭାଙ୍ଗି ସେମାନେବ ଲୁଟ ତରାଜ ଆରମ୍ଭ କରିଥିଲେ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେବା ସହ ହାତ ଘଣ୍ଟା ଓ ନଗଦ ଟଙ୍କା ଲୁଟ କରି ନେଇଯାଇଥିଲେ।
ତା’ ପରଦିନ କାଳୁ ଚରଣ ଘଟଣା ଦେଖି ପୁଲିସକୁ ଖବର ଦେଇଥିଲେ। ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ଏବଂ ଛତ୍ରପୁର ସାଇନ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ଛାନଭିନ୍ କରିଥିଲା। ଏଥିସହ କେସ୍ ନଂ ୪୫୭ ରେ ଏକ ମାମଲା ରୁଜୁ କରିବା ସହ ଦଫା ୪୫୭,୩୮୮ ଆଇପିସିରେ ତଦନ୍ତ ପକ୍ରିୟାକୁ ତ୍ୱରାନ୍ଵିତ କରିଥିଲା। ଆଜି ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ତିନି ଜଣ ଫେରାର୍ ରହିଥିବା ବେଳେ ଚୋରି ସୁନାକୁ ସେମାନେ ନୟାଗଡ ଅଞ୍ଚଳରେ ବିକ୍ରି କରିଥିବା ପୁଲିସ୍ ଆଗରେ ପ୍ରକାଶ କରିଥିବା ଫାଣ୍ଡି ଅଧିକାରୀ କହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଜିଲ୍ଲାର ବହୁ ଥାନାରେ ମାମଲା ଥିବା ପୁଲିସ୍ କହିଛି। ସେମାନଙ୍କ ନାମରେ ଶେରଗଡ ଥାନାରେ ୪ ଟି, ବୁଗୁଡ଼ା ଥାନାରେ ୨ଟି, ଭଞ୍ଜନଗରରେ ୨ ଟି, ପାଟପୁର, ଜଗନ୍ନାଥପ୍ରସାଦ, ଧରାକୋଟ ଏବଂ ବଡଗଡ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ପୁଲିସ୍ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।
ଗିରଫ ଅଭିଯୁକ୍ତ ମାନେ ପେଶାଦାର ଚୋର ହୋଇଥିବା ବେଳେ ନିଜ ପରିବାର ସଦସ୍ୟଙ୍କ ସହ ମିଶି ବିଭିନ୍ନ ଅଞ୍ଚଳରେ ବୁଲି ଚୋରି କରୁଥିବା ପୁଲିସ୍ ସୂଚନା ଦେଇଛି। ତେବେ ଗତ କିଛି ଦିନ ହେବ ଚୋରୀ ସଂଖ୍ୟା ଅହେତୁକ ବୃଦ୍ଧି ପାଇଥିବା ବେଳେ ଆଗମୀ ଦିନରେ ଲୋକ ଧନ ଜୀବନ ସୁରକ୍ଷା ପୁଲିସ୍ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।