ବଡ଼ବିଲ : ଲୁଟ ଘଟଣ‌ାରେ ୪ ଗିରଫ, ଟଙ୍କା ଓ ମାରଣାସ୍ତ୍ର ଜବତ୍

ବଡ଼ବିଲ : ଲୁଟ୍ ଘଟଣାରେ ଆଜି ବଡ଼ବିଲ ପୁଲିସ ୪ ଜଣ ଦୁର୍ଦ୍ଦାନ୍ତ ଝାରଖଣ୍ଡି ଅପରାଧୀଙ୍କୁ ଗିରଫ କରିଥିବା ଜଣାଯାଇଛି। ବଡ଼ବିଲ ଥାନା ନାଲଦା ଅଞ୍ଚଳରେ ରହୁଥିବା ବ୍ୟବସାୟୀ ଦବାକର ସିଂଙ୍କୁ ଗତ ୫ ତାରିଖରେ ମାରଣାସ୍ତ୍ର ଦେଖାଇ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ୧୦ ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିବାନେଇ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଆଜି ବଡ଼ବିଲ ପୁଲିସ ସମସ୍ତ ୪ ଜଣ ଅପରାଧୀଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ୭ ହଜାର ୫ ଶହ ନଗଦ ଟଙ୍କା ସହ ୪ ଟି ଲୁହା ରଡ଼ ଜବତ୍ କରିଥିବା ଜଣାଯାଇଛି।

ପୂର୍ବରୁ ଫୋନ ଯୋଗେ ଲହି ୪ ଅପରାଧୀ ୧ ଲକ୍ଷ ଟଙ୍କା ଦିବାକର ସିଂଙ୍କୁ ଦାଦାବଟି ମାଗିଥିବା ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଗିରଫ ୪ ଅପରାଧୀ ଝାରଖଣ୍ଡ ରାଜ୍ୟର ହୋଇଥିବାବେଳେ ଏମାନଙ୍କ ନାମରେ ଝାରଖଣ୍ଡ ରାଜ୍ୟ ଯାମୁଦା ଥାନାରେ ଲୁଟ୍, ଡକାୟତି, ରାହାଜାନି ଭଳି ଅନେକ ଅପରାଧିକ ମାମଲା ରହିଥିବା ଜଣାଯାଇଛି। ଗିରଫ ୪ ଅପରାଧୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର