ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ୪ଜଣ ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭା ଆସନ ନିର୍ବାଚନ ଲାଗି ବୁଧବାର ପୂର୍ବାହ୍ନରେ ବିଜୁ ଜନତା ଦଳର ଚାରିଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ବିଜେଡି ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ନିଜ ନିଜର ପ୍ରାର୍ଥୀପତ୍ର ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ ପାଖରେ ଦାଖଲ କରିଛନ୍ତି।

ବିଧାନସଭାରେ ହୋଇଥିବା ଏହି ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।

ଏଠାରେ ସ୍ମରଣ କରାଇଦିଆଯାଇ ପାରେ ଯେ ଖାଲି ପଡ଼ିଥିବା ରାଜ୍ୟସଭା ଆସନଗୁଡ଼ିକ ନିମନ୍ତେ ଆସନ୍ତା ମାର୍ଚ ୨୬ ତାରିଖ ଦିନ ଭୋଟ୍‌ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର