ରାଜ୍ୟସଭା ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ୪ ପ୍ରାର୍ଥୀ

ଭୁବନେଶ୍ବର, : ରାଜ୍ୟର ଖାଲିଥିବା ୪ଟି ରାଜ୍ୟସଭା ଆସନ ପାଇଁ ବିଜେଡି ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ପ୍ରାର୍ଥୀମାନେ ମଙ୍ଗଳବାର ପୂର୍ବାହ୍ନରେ ନାମାଙ୍କନପତ୍ର ଦାଖଲ କରିବେ। ପ୍ରାର୍ଥୀମାନେ ଦଳର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଧାନସଭା ସଚିବାଳୟ ପରିସରରେ ପୂର୍ବାହ୍ନ ୧୧ଟାରେ ନାମାଙ୍କନପତ୍ର ଦାଖଲ କରିବେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାରୁ ନାମାଙ୍କପତ୍ର ଦାଖଲ ବେଳେ ଉପସ୍ଥିତ ରହିପାରିବେନି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଜୁନ୍‌ ୧୦ରେ ରାଜ୍ୟର ତିନିଟି ରାଜ୍ୟସଭା ସଭ୍ୟ ପଦବି ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଅଛି। ବିରୋଧୀ ଦଳ କୌଣସି ପ୍ରାର୍ଥୀ ଦେଉନଥିବରୁ ଶାସକ ଦଳର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିବେ। ସେହିପରି ଜୁନ୍‌ ୧୩ରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଜୁନ୍‌ ୨ତାରିଖ ଥିବା ବେଳେ ଏହି ପଦବି ପାଇଁ ବିରୋଧୀ ବି ପ୍ରାର୍ଥୀ ଦେବେନି। ତେଣୁ ଜୁନ୍‌ ୩ରେ ନାମାଙ୍କନପତ୍ର ଯାଞ୍ଚ ପରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଅପରପକ୍ଷେ ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ବେଳେ ପ୍ରସ୍ତାବକ ରହିବାକୁ କିଛି ମନ୍ତ୍ରୀ ଓ ବିଧାୟକଙ୍କୁ ଦଳ ପକ୍ଷରୁ ଡକାଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର