ଶ୍ରମ ବିଭାଗର ଚଢାଉ: ୪ ଶିଶୁ ଓ ୨ କିଶୋର ଶ୍ରମିକ ଉଦ୍ଧାର

ମାଲକାନଗିରି: ଆଜି ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ବାରା ମାଲକାନଗିରି ସଦର ମହକୁମାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇ ୪ ଜଣ ଶିଶୁ ଓ ୨ ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।ପ୍ରକାଶ ଥାଉକି ଛୋଟ ଛୋଟ ପିଲାମାନଙ୍କୁ କମ୍ ଟଂକାରେ ନିଜର ବ୍ୟବସାୟରେ ନିୟୋଜିତ କରି ବେଶ ଲାଭବାନ ହେଉଛନ୍ତି ବ୍ୟବସାୟୀ। ଏଥିସହ ସ୍କୁଲ ଛୁଟି ଥିବାରୁ ବହୁ ଗରିବ ପିଲା ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନରେ କାମ କରୁଥିବା ଲକ୍ଷ୍ୟ କରାଯାଇଛି। ଏହାକୁ ନଜରରେ ରଖି ଆଜି ଶ୍ରମ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ଉଦ୍ଧାର ହୋଇଥିବା ଶିଶୁ ଓ କିଶୋରମାନଙ୍କୁ କାର୍ ୱାଶିଂ ସେଣ୍ଟର ଓ ଗାଡି ଗ୍ୟାରେଜରୁ ଉଦ୍ଧାର କରାଯାଇଥିଲା।

ସେହିପରି ଶିଶୁ ଓ କିଶୋର ଶ୍ରମିକ ନିୟୋଜିତ ହୋଇନଥିବା ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କୁ ଶ୍ରମ ବିଭାଗ ପକ୍ଷରୁ ଗୋଲାପ ଫୁଲ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା।ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ଆଗକୁ ଶିକ୍ଷାଦାନ ଦେବା ସହ କିଶୋର ବାଳକମାନଙ୍କୁ ତାଲିମ ପ୍ରଦାନ କରାଯାଇ ଆତ୍ମନିର୍ଭରଶୀଳ କରାଯିବ ବୋଲି ଜଣାପଡିଛି।ଏହି ଚଢଉରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ୍ନ ପାଣିଗ୍ରାହୀ, ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଓ ତନ୍ମୟ ମଣ୍ଡଳ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ, ପରିବର୍ତ୍ତନ ଏନଜିଓ ଓ ପୁଲିସ କର୍ମଚାରୀ ସାମିଲ ଥିଲେ।

 

ସମ୍ବନ୍ଧିତ ଖବର