ରାଉରକେଲା: ପ୍ଲାଣ୍ଟସାଇଟ୍ ପୁଲିସ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚୋରି କରୁଥିଲେ। କିଏ ସୁନା ଗହଣା ଚୋରି କରିଥିଲା ତ କିଏ ମୋବାଇଲ, ମୋଟର ସାଇକଲ, ତଥା ୱାସିଂ ମେସିନ୍, ଇଣ୍ଡକ୍ସନ ଆଦି ଚୋରି କରୁଥିଲେ। ଶେଷରେ ୪ଟି ପୃଥକ୍ ମାମଲାରେ ପ୍ଲାଣ୍ଟ୍ସାଇଟ ପୁଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫକରିଛି। ଏହାସହ ଜଣେ ନାବାଳକଙ୍କୁ ବାଳସୁଧାରଗୃହକୁ ପଠାଇଦିଆଯାଇଛି।

Advertisment

ସୁନା ଓ ରୁପା ଅଳଙ୍କାର ଚୋରି ଅଭିଯୋଗରେ ଅଭିଯୁକ୍ତ ଗୋପବନ୍ଧୁପାଲିର ଶ୍ୟାମ ଦାଶ(୨୯)ଙ୍କୁ ପୁଲିସ ଗିରଫ କରିଛି। ଉକ୍ତ ଚୋରା ସୁନାଗହଣାକୁ ନାବାଳକ(୧୬) କିଣିଥିଲେ। ପ୍ରକୃତରେ ନାବାଳକଙ୍କ ନାଁରେ ଏକାଧିକ ମାମଲା ଥିବା ପୁଲିସ ସୂଚନାରୁ ପ୍ରକାଶ।

ସୁନା ଓ ରୁପା ଅଳଙ୍କାର ଚୋରି ଅଭିଯୋଗରେ ଅଭିଯୁକ୍ତ ଗୋପବନ୍ଧୁପାଲିର ଶ୍ୟାମ ଦାଶ(୨୯)ଙ୍କୁ ପୁଲିସ ଗିରଫ କରିଛି। ଉକ୍ତ ଚୋରା ସୁନାଗହଣାକୁ ନାବାଳକ(୧୬) କିଣିଥିଲେ। ପ୍ରକୃତରେ ନାବାଳକଙ୍କ ନାଁରେ ଏକାଧିକ ମାମଲା ଥିବା ପୁଲିସ ସୂଚନାରୁ ପ୍ରକାଶ। ପୁଲିସ ଚୋରି ଅଳଙ୍କାରକୁ ଉଦ୍ଧାର କରିଛି। ସେହିଭଳି ମୋବାଇଲ ଚୋରି ଅଭିଯୋଗରେ ଟିମ୍ବର କଲୋନିର ଆକାଶ ସିଂହ(୨୪)କୁ ପୁଲିସ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ପାଖରୁ ୨ଟି ଚୋରି ମୋବାଇଲ୍ ଉଦ୍ଧାର ହୋଇଛି। ଏହାସହ ଗୋପବନ୍ଧୁପାଲିର ଏକ ଘରେ ପଶି ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ସଚିତ ପ୍ରସାଦ(୧୯) ବିଭିନ୍ନ ସାମଗ୍ରୀ, ଯଥା- ୱାସିଂ ମେସିନ୍, ଇଣ୍ଡକ୍ସନ, ମୋବାଇଲ୍ ଆଦି ଚୋରି କରିଥିଲା।

ପୁଲିସ ଅଭିଯୁକ୍ତକୁ ଗିରଫ କରିବାସହ ଚୋରା ସାମଗ୍ରୀ ଜବତ କରିଛି। ଏତଦ୍ବ୍ୟତୀତରେ ମୋଟରସାଇକଲ ଚୋରି ଅଭିଯୋଗରେ ପୁଲିସ ବନ୍ଧମୁଣ୍ଡା ଉତ୍ତମ ବସ୍ତିର ରାଜେନ୍ଦ୍ର ସ୍ବାଇଁ(୨୪)ଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ଗତ ୧୪ ତାରିଖରେ ଏକ ମୋଟର ସାଇକଲ (ଓଡି-୧୪ଇ-୧୦୦୩) ଚୋରି କରିନେଇଥିବା ଥାନାରେ ଏତଲା ହୋଇଥିଲା।