କେନ୍ଦ୍ରାପଡ଼ା: ଚାରି ଦିନର ଲମ୍ବା କସରତ ପରେ ଶେଷରେ ତୁଳସୀକ୍ଷେତ୍ରାଧିପତି ବଳଦେବଜିଉଙ୍କ ବ୍ରହ୍ମ ତାଳଧ୍ବଜ ରଥ ଆଜି ଗୁଣ୍ଡିଚା ମନ୍ଦିର ଚକଡାରେ ଲାଗିଛି। ଏହା ସହିତ ରଥାରୂଢ଼ ଚତୁର୍ଧାମୂର୍ତ୍ତି ଜନ୍ମବେଦିକୁ ବିଜେ କରିଛନ୍ତି। ରତ୍ନବେଦିରୁ ଜନ୍ମବେଦିକୁ ବିଜେ କରିବା ପାଇଁ ମହାପ୍ରଭୁଙ୍କୁ ଏଥର ଦୁଇ ଦିନ ପରିବର୍ତ୍ତେ ଚାରି ଦିନ ସମୟ ଲାଗିଛି। ପ୍ରଶାସନକୁ ଏଥିପାଇଁ ନାକେଦମ୍‌ ହେବାକୁ ପଡ଼ିଛି। ରଥ ଗଡ଼ାଇବାକୁ ପାରାଦୀପରୁ ରେଳବାଇ କର୍ମଚାରୀଙ୍କୁ ଡାକିବାକୁ ପଡ଼ିଛି। ରଥରେ ଜାକ୍‌ ଲାଗିବା ପରେ ଯାଇ ଚକଡ଼ାରେ ମହାପ୍ରଭୁଙ୍କ ରଥ ଲାଗିବା ସମ୍ଭବ ହୋଇଛି।

Advertisment

ପରମ୍ପରା ମୁତାବକ ଶ୍ରୀଗୁଣ୍ତିଚାର ଦ୍ବିତୀୟ ଦିନରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବଳଦେବଜିଉଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥାଏ। ମାତ୍ର ସେବକଙ୍କ ଭୁଲ, ପ୍ରଶାସନର ପରିଚାଳନାଗତ ତ୍ରୁଟି ସା˚ଗକୁ ରଥର ନିର୍ମାଣଗତ ତ୍ରୁଟି ପାଇଁ ପ୍ରଥମ ଦିନ ଶ୍ରୀଗୁଣ୍ଡିଚାରେ ରଥ ଆଦୌ ଗଡିବା ସମ୍ଭବ ହୋଇ ନ ଥିଲା। ଦ୍ୱିତୀୟ ଦିନରେ ଦେଉଳଠୁ ମାତ୍ର ଶହେ ମିଟର‌ ଦୂର ଯାଏ ଗଡ଼ିବା ପରେ ବାମ ମୋଡ଼ ନେଇ ରଥ ଟ୍ରାକରୁ ବାହାରକୁ ଚାଲି ଯାଇଥିଲା। ଜାକ୍‌ ସାହାଯ୍ୟରେ ରଥକୁ ସିଧା କରାଯାଇ ଚଳାଇବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଫଳପ୍ରଦ ହେଇନଥିଲା। ତୃତୀୟ ଦିନରେ ଗତକାଲି ରଥ ଗଡ଼ି ଥିଲା। ମାତ୍ର ଶ୍ୟାମାକାଳୀ ମଣ୍ଡପ ପଛକୁ ରଥ ପୁଣି ବାମ ମୋଡ଼ ନେଇ ଟ୍ରାକ ବାହାରକୁ ଯାଇ ଅଟକି ରହିଥିଲା। ଆଜି ରଥକୁ ପୁଣି ଦିନ ପ୍ରାୟ ୧୧ଟାରେ ଟଣାଯାଇଥିଲା। ଚନ୍ଦନ ପୋଖରୀ ନିକଟରେ ରଥ ପୁଣି ଅଳ୍ପ ମୋଡ଼ ନେଇଥିଲା। ହେଲେ ଆଗୁଆ ସତର୍କ ପଦକ୍ଷେପ ସ୍ୱରୂପ ପ୍ରଶାସନ ଜାକ୍ ଲଗାଇ ସିଧା କରିଦେବାରୁ ଦିନ ୩ଟା ସୁଦ୍ଧା ରଥ ଚକଡାରେ ଲାଗି ଯାଇଥିଲା। ସ˚ଧୢାରେ ଆଳତୀ ସହିତ ମହାପ୍ରଭୁଙ୍କ ପାଖେ ପଣା ମଣେଇ ଭୋଗ ଲାଗି ହୋଇଥିଲା। ରଥରୁ ଘୋଡ଼ାଫିଟା ଯିବା ପରେ ଗୋଟି ପହଣ୍ତିରେ ମହାପ୍ରଭୁ ଜନ୍ମବେଦୀ(ଆଡ଼ପ ମଣ୍ତପ)ରେ ଅଧିଷ୍ଠିତ ହୋଇଛନ୍ତି। ଆସନ୍ତାକାଲି ହେରା ପଞ୍ଚମୀ ଓ ଶ୍ରୀ ଶ୍ରୀ ମହାଲକ୍ଷ୍ମୀଙ୍କ ରଥଭ˚ଗା କାର୍ଯ୍ୟ ସ˚ପନ୍ନ ହେବ। ୧୫ତାରିଖରେ ବାହୁଡ଼ା ଯାତ୍ରା ନୀତିକାନ୍ତି ସ˚ପନ୍ନ ପରେ ୧୬ତାରିଖରେ ରଥରେ ବସି ଚତୁର୍ଧାମୂର୍ତ୍ତି ବଡ଼ ଦେଉଳ ଅଭିମୁଖେ ଯାତ୍ରା କରିବେ। ୧୭ରେ ନୀଳାଦ୍ରି ବିଜେ, ଶ୍ରୀଜିଉଙ୍କ ରଘୁନାଥ ବେଶ ଏବ˚ ବଡ଼ଦେଉଳକୁ ପହଣ୍ତି ବିଜେ କାର୍ଯ୍ୟକ୍ରମ ରହିଛି।