ଅନୁଗୁଳ : ବସ୍‌ ସହ ବୋଲେରୋ ମୁହାଁମୁହିଁ ଧକ୍କା, ୪ ମୃତ, ୬ ଆହତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କତଡା ଗୁରୁଣ୍ଡୁ ଗୋପାଳ ହାଇସ୍କୁଲ ନିକଟରେ ବୋଲେରୋ ସହ ବସ୍‌ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ଜାତୀୟ ରାଜପଥ-୫୫ରେ ଏକ ବସ୍‌ ଭୁବନେଶ୍ୱରରୁ ଝାରସୁଗୁଡା ଇବ୍‌ ଥର୍ମାଲ ଅଭିମୁଖେ ଯାଉଥିବା ବେଳେ ଛତିଶଗଡ଼ରୁ ପୁରୀ ଅଭିମୁଖେ ଆସୁଥିବା ଏକ ବୋଲେରୋ ସହ ଜରପଡ଼ା ଥାନା ଗୁରୁଣ୍ଡୁ ଗୋପାଳ ହାଇସ୍କୁଲ ନିକଟରେ ମୁହାଁମୁହଁ ଧକ୍କା ହୋଇଥିଲା। ଫଳରେ ବୋଲେରୋ ଡ୍ରାଇଭର ସମେତ ୩ ଜଣ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର