ବରଗଡ଼: ଏକ ବନ୍ଦ ଘରୁ ୪ ଜଣଙ୍କର ଗଳିତ ଶବ ଆଜି ସନ୍ଧ୍ୟାରେ ଉଦ୍ଧାର ହୋଇଛି। ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍ ଅନ୍ତର୍ଗତ ଜାଣ୍ଡୋଲ ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ମିଳି ନାହିଁ।
ସୂଚନା ଅନୁସାରେ ଜାଣ୍ଡୋଲ ଗାଁରେ ବନ୍ଦ ଥିବା ଘର ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବାେ ନେଇ ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ଲୋକେ ଘଟଣା ସପଂର୍କରେ ପୁଲିସକୁ ସୂଚନା ଦେଇଥିଲେ। ତେବେ ଲୋକଙ୍କର ସୂଚନା ଅନୁସାରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। କବାଟ ଖୋଲିବା ପରେ ପୁଲିସ ୪ ଜଣଙ୍କର ଗଳିତ ଶବ ଚଟାଣରେ ପଡ଼ିଥିବା ଅବସ୍ଥାରେ ଠାବ କରିଥିଲା। ରିପୋର୍ଟ ଳେଖାଯିବା ବେଳକୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି। ମୃତକମାନଙ୍କର ପରିଚୟ ହସ୍ତଗତ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସ୍ଥାନୀୟ ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/3ab3f469-ff51-492e-86fa-64059dc38c41.jpg)