କାମାକ୍ଷାନଗର/ ସୋର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବନ୍ଦାଣିଆ ଗ୍ରାମ ନିକଟରେ ଶୁକ୍ରବାର ସକାଳ ପ୍ରାୟ ୭ଟାରେ ଏକ ବାଇକ୍ ଦୁର୍ଘଟଣାରେ ଦାଦା ଓ ପୁତୁରାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଉଭୟ ନୂଆ ବଜାଜ୍ ପଲସର୍ ଗାଡ଼ିର କିସ୍ତି ଦେବାକୁ ସେହି ବାଇକ୍ରେ ଆସୁଥିଲେ। ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା। ଏଥିରେ ଉଭୟଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଦ୍ବୟ ହେଲେ, ଯାଜପୁର ଜିଲ୍ଲା ଟାଟା ମାଇନ୍ସ ନିକଟ ମଲ୍ଲାରସାହିର ଡୁଗୁ ମାଙ୍କଡିଆ (୨୨) ଓ ତାଙ୍କ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ (୧୮)।
ଅନ୍ୟପକ୍ଷରେ, ଆଜି ସୋର ଥାନା ୧୬ ନଂ. ଜାତୀୟ ରାଜପଥ କଲେଜ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ଭୋର୍ ସମୟରେ କୁକୁଡ଼ା ଆଣିବା ପାଇଁ ଡବ୍ଲ୍ୟୁବି-୨୧-୧୪୯୯ ନମ୍ବରର ଏକ ଟ୍ରକ୍ କଲିକତାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ଏହି ସମୟରେ ଟ୍ରକ୍ଟି ସୋର କଲେଜ ଛକ ନିକଟରେ ଠିଆ ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍ରେ ଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଚାପି ହୋଇ ରହିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିଲା ବେଳେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ; ପଶ୍ଚିମବଙ୍ଗ ବାଦୁରିଆ ଥାନା ପାଲତା ଗ୍ରାମର ଆସରଫ ସର୍ଦାର(୩୮) ଏବଂ ବସିରହାଟ ଥାନା ଲାବାଙ୍ଗ ଗ୍ରାମର ସାଇପୁଲ ଗାଜି (୩୫)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/accident-ad.jpg)