ଓଡ଼ାପଡ଼ା: ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ମୃତ୍ୟୁ ସହତ ସଂଗ୍ରାମ କରୁଛନ୍ତି। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ଗାଁ ନିକଟରେ ଆଜି ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ନାବାଳକ ଥିବା ସୂଚନା ରହିଛି। ମୃତକମାନେ ହେଲେ ମେଘନାଦ ଭୋଇ (୫୦), ନିରା ଭୋଇ (୪୫) ଓ ଜିତୁ ଭୋଇ (୭)। ଗୁରୁତର ହେଲେ ଶିବଦାସ ଭୋଇ (୧୮)। ମୃତକଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡିଛି।
ସୂଚନା ଅନୁସାରେ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତକମଳାଙ୍ଗ ଗାଁ ନିକଟ ବ୍ରାହ୍ମଣୀ ନଦୀପଠାର ଇଟାଭାଟି ଗଢ଼ା ଚାଲିଛି। ଗତକାଲି ସନ୍ଧ୍ୟାରେ ଏକ ଉପର ଇଟାଭାଟିରେ ନିଆଁ ଲଗାଯାଇଥିଲା। ଗୋଟିଏ ପରିବାରର ୪ ଜଣ (ମେଘନାଦ, ନିରା, ଜିତୁ ଓ ଶିବଦାସ) ଖାଇ ସାରିବା ପରେ ହାତୀ ଭୟରେ ଇଟାଭାଟି ଉପରକୁ ଯାଇ ଶୋଇଥିଲେ। ବିଳମ୍ବିତ ରାତିରେ ଇଟା ଭାଟିରେ ନିଆଁ ଧରିବା ପରେ ଧୁଆ ବାହାରି ଥିଲା। ଇଟାଭାଟି ଉପରେ ଶୋଇଥିବା ୪ ଜଣ ଯାକ ସେହି ଧୁଆଁରେ ଅଣ ନିଃଶ୍ବାସୀ ହୋଇଥିଲେ। ଘଟଣାସ୍ଥଳରେ ମେଘନାଦ, ନିରା ଓ ଜିତୁଙ୍କ ମୃତ୍ୟୁ ହୋଇଥିଲା। ଶବିଦାସ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇଟାଭାଟି ମାଲିକ ଫେରାର ଥିବା ଜଣାପଡିଛି। କଣ୍ଟାବଣିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଯାଇଥିବା ଜଣାପଡିଛି।
/sambad/media/post_attachments/wp-content/uploads/2024/02/796b0bfa-7987-4faf-97bd-ee0612b3edd3.jpeg)
ଦୁଇମାସ ପୂର୍ବରୁ ମାନପୁର ଗ୍ରାମରେ ଥିବା ବେଆଇନ ଇଟାଭାଟିରେ ଶ୍ଵାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ସତ୍ତ୍ବେ ବେଆଇନ ଇଟାଭାଟିରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/brick.jpg)