କୋଭିଡ୍ ହସ୍ପିଟାଲ୍‌ରେ ଆଉ ୪ ମୃତ

ସମ୍ବଲପୁର : ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଭବାନୀପାଟଣାର ଜଣେ ୩୫ ବର୍ଷୀୟ ପୁରଷ, ବରଗଡ଼ର ଜଣେ ୨୭ ବର୍ଷୀୟା ଯୁବତୀ, ବଲାଙ୍ଗୀରର ଜଣେ ୪୫ ବର୍ଷୀୟା ମହିଳା ଓ ନୂଆପଡ଼ାର ଜଣେ ୨୪ ବର୍ଷୀୟ ଯୁବକ ରହିଛନ୍ତି। ଏହି ୪ ଜଣଙ୍କୁ ମିଶାଇ ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୨୫୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ କୋଭିଡ୍‌ ହସ୍ପିଟାଲ୍‌ରେ ୯୫ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର