ସୁନ୍ଦରଗଡ଼: ଗୁରୁବାର ଗୋଟିଏ ଦିନରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୪ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକମାନଙ୍କୁ ଅସୁସ୍ଥ ଅବସ୍ଥାରେ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଜଣକ ପରେ ଜଣକର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ମିଳି ନାହିଁ। ଜିଲ୍ଲାରେ ତାଳୁଫଟା ଖରା ଓ ପ୍ରବଳ ଝାଞ୍ଜି ବହୁଥିବାରୁ ଜନଜୀବନ ଆକ୍ତାମାକ୍ତା ହୋଇ ପଡ଼ିଛି। ୪ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଏଡିଏମଓ କହିଛନ୍ତି।