କୋଭିଡ ମୁକାବିଲା ଲାଗି ଗଂଜାମ ଗଲେ ୪ ଜଣ ଡିଏସ୍‌ପି ଓ ୪ ପ୍ଲାଟୁନ ପୁଲିସ

ଭୁବନେଶ୍ୱର/ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିବାରେ ଲାଗିଛି। ଗଂଜାମରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଆଜି ୪ ଜଣ ଯୁବ ଡିଏସ୍‌ପି ଓ ୪ ପ୍ଲାଟୁନ ପୁଲିସ ପଠାଇଛନ୍ତି। ଏମାନେ କୋଭିଡ-୧୯ ପରିଚାଳନା କାର୍ଯ୍ୟରେ ସହଯୋଗ କରିବେ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶ ଅଭୟ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି। ଡିଜିପି କହିଛନ୍ତି, ସମସ୍ତ ପୁଲିସ କର୍ମଚାରୀ ଡ୍ୟୁଟିସ୍ଥଳକୁ ପହଞ୍ଚି ସାରିଛନ୍ତି।

ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା କରିବା ପାଇଁ ୨ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ପେଶାଲ ଏଡ଼ିଏମଙ୍କୁ ସେଠାରେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଇଏଏସ ପାରୁଲ ପଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡ ଓ ବିଶାଲ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡ ଦାୟିତ୍ୱ ଦିଆଯାଇଛି। ଏଥି ସିହତ ଗଞ୍ଜାମରେ କରୋନା ମୁକାବିଲା ପାଇଁ ୬ ଓଏଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଂଜନ ମହାନ୍ତ ଓ ସୁରେନ୍ଦ୍ର କୁମାର ସାମଲ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଯ ଦିନକୁ ଦିନ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୬୬ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର