ଝାରସୁଗୁଡ଼ା : ହାଓ୍ଵାଡ଼ା-ମୁମ୍ବାଇ ମେଲ୍ ଧକ୍କାରେ ୪ ହାତୀ ମରିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବନ ବିଭାଗ ପକ୍ଷରୁ ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କର୍ମଚାରୀମାନେ ହେଲେ ଏଲିଫେଣ୍ଟ ଡ୍ରାଇଭିଂ ସ୍କ୍ଵାଡ୍ର ୩ ଜଣ ଫରେଷ୍ଟର ବସନ୍ତ ପ୍ରଧାନ, ବିଶ୍ୱନାଥ ପ୍ରଧାନ, ସୁନୀଲ ଭୋଇ ଓ ବାଗଡ଼ିହି ରେଞ୍ଜର ଫରେଷ୍ଟ ଗାର୍ଡ଼ ରୋହିତ ମାଝୀ। ଅପରପକ୍ଷେ, ଚକ୍ରଧରପୁର ରେଳ ଡିିଭିଜନ ନିଜ ଆଡ଼ୁ ମଂଗଳବାରଠାରୁ ଏହି ରାସ୍ତାରେ ଟ୍ରେନ୍ର ଗତିକୁ ୩୦ କିମି ପଯ୍ୟର୍ନ୍ତ କମେଇ ଦେଇଥିବା ଘୋଷଣା କରିଛି। ଏହି ଘଟଣାରେ ପୁଣି ଥରେ ବନ ବିଭାଗ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ବାସ୍ତବ ସ୍ଥିତିକୁ ଏଡ଼ାଇ ଦେଉଥିବା ଅଭିଯୋଗ ହେଉଥିବା ବେଳେ ରେଳ ଡ୍ରାଇଭରଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଥିବା ବିଭାଗ ସୂତ୍ରରୁ ପ୍ରକାଶ।
ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ ଘଟଣା : ୩ ଫରେଷ୍ଟର, ଜଣେ ଗାର୍ଡ ନିଲମ୍ବିତ
/sambad/media/post_attachments/wp-content/uploads/2018/04/jhar.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)