ବିଲରୁ ଫେରୁଥିବା ବେଳେ ହାତୀ ଆକ୍ରମଣରେ ୪ଜଣ ଚାଷୀ ଆହତ

ଯୋରନ୍ଦା :ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଗଁଦିଆ ବ୍ଲକ କରମୁଳ ପଂଚାୟତର ମଝିପାଳ ଗ୍ରାମରେ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ହାତୀ ଆକ୍ରମଣରେ ଚାରି ଜଣ ଚାଷୀ ଆହତ ହୋଇଛନ୍ତି । ଗ୍ରାମର ଖଣ୍ଡିଆ ତରାଇ(୫୦), ଆର୍ତ୍ତ ମଳିକ(୫୮), ବିକଳ ମଳିକ(୪୮) ଓ ପ୍ରକାଶ ମଳିକ(୪୮) ଧାନ ବିଲକୁ ଯାଇଥିଲାବେଳେ ଏକ ଦନ୍ତାହତୀର ସମ୍ମୁଖୀନ ହୋଇଥିଲେ । ଦନ୍ତାହାତୀ ଗୋଡାଇବା ଫଳରେ ଜୀବନ ବିକଳରେ ଚାଷୀମାନେ ଦୌଡି ପଳାଇ ଆସିବା ବେଳେ ବିଲ୍ ହୁଡାରୁ ପଡ଼ି ୪ଜଣ ଆହତ ହୋଇଛନ୍ତି। ଗ୍ରାମବାସୀ ପାଟିତୁଣ୍ଡ କରିବା ପରେ ହାତୀଟି ଜଙ୍ଗଲ ଭିତରକୁ ଯାଇନଥିଲା । ଆହତମାନଙ୍କୁ ଗ୍ରାମବାସୀ କରମୂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ହାତୀକୁ ଘଉଡ଼ାଇବାକୁ ବନବିଭାଗକୁ ଯୋଗାଯୋଗ କରିଥଲେ ହେଁ କେହି ଘଟଣା ସ୍ଥଳରେ ପହଂଚି ନଥିଲେ । ଗାଡି ନଥିବାର ବାହାନା କରିଥିଲେ ।

ଶେଷରେ ଗ୍ରାମବାସୀ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସେମାନେ ଘଟଣା ସ୍ଥଳରେ ପହଂଚି ହାତୀକୁ ଘଉଡ଼ାଇଥିଲେ । ଗତ ଏକ ସପ୍ତାହ ‌ହେଲା ଗ୍ରାମ ନିକଟରେ ଗୋଟିଏ ୪ଟିକିଆ ଦଳ ବହୁ କ୍ଷୟକ୍ଷତି କରୁଛନ୍ତି। ଦନ୍ତାହାତୀଟି ଗ୍ରାମ ନିକଟରେ କ୍ଷୟକ୍ଷତି କରୁଛି । ହାତୀ ପଲଙ୍କୁ ଅନ୍ୟତ୍ର ଘର ଉଡ଼ାଇବା ପାଇଁ ଗ୍ରାମବାସୀ ଶ୍ରୀନିବାସ ମଲିକ,ମହେଶ୍ବର ବୋଇତେଇ, ଦତ୍ତ ବୋଇତେଇ,ବିଦ୍ୟାଧର ବୋଇତେଇ ଓ ହିରନ୍ୟ ସ୍ୱାଇଁ ପ୍ରମୁଖ କରମୂଳରେ ବନ ବିଭାଗ ସ୍ବତନ୍ତ୍ର କର୍ମଚାରୀ ନିଯୁକ୍ତି କରିବାକୁ ଦାବି କରଛନ୍ତି ।

ସମ୍ବନ୍ଧିତ ଖବର