ଦାନ୍ତ ପାଇଁ ଦନ୍ତା ହତ୍ୟା ଘଟଣା : ଶୁଣ୍ଢ ବି ଛାଡ଼ିଲେନି, ୪ ଅଟକ

ପାଳଲହଡ଼ା : ପାଳଲହଡ଼ା ରେଞ୍ଜ କନ୍ତଳା ସେକ୍ସନ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲ ତପ୍ତଝରଣଠାରେ ଗତକାଲି ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଥିଲା। ଦୁର୍ବୃତ୍ତମାନେ ହାତୀକୁ ମାରି କେବଳ ଦାନ୍ତ ନେଇନାହାନ୍ତି, ତାର ଶୁଣ୍ଢ ଓ ମାଂସ ମଧ୍ୟ କାଟିନେଇଛନ୍ତି। ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ସଂଧାନୀ କୁକୁର ସହ ଘଟଣାସ୍ଥଳରେ ଆଜି ପହଂଚି ତଦନ୍ତ କରିଥିଲେ। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବାବେଳେ ବନ ବିଭାଗ କର୍ମଚାରୀଙ୍କ ଅବହେଳାରୁ ଏହା ଘଟିଥିବା କୁହାଯାଇଛି।

ସୂଚନା ଅନୁଯାୟୀ, ଦନ୍ତାହାତୀର ମୃତଦେହ କନ୍ତଳା ସେକ୍ସନ ଅନ୍ତର୍ଗତ ଜମରା ବିଟ୍‌ ହାଉସଠାରୁ ଦୁଇ କି.ମି. ଦୂରରେ ଠାବ କରାଯାଇଥିଲା। ଗତକାଲି ଘଟଣାସ୍ଥଳରେ ବନବିଭାଗର ଏକ ଟିମ୍‌ ପହଂଚି ତଦନ୍ତ କରିଥିଲେ। ହାତୀକୁ ଗୁଳିକରି ହତ୍ୟାକରିବା ପରେ ଦୁର୍ବୃତ୍ତମାନେ ତାର ଦାନ୍ତ, ଶୁଣ୍ଢ ଓ ମାଂସ କାଟି ନେଇଛନ୍ତି। ପେସାଦାର ଶିକାରୀ ଏହା ଘଟାଇଥିବା ବିଭାଗୀୟ ପ୍ରାଥମିକ ତଦନ୍ତରୁ ଆଶଙ୍କା କରାଯାଉଛି। ଏହି ଘଟଣାରେ ଗତକାଲି ତପ୍ତଝରଣ ଗାଁ ଅଞ୍ଚଳର ୪ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସମ୍ବନ୍ଧିତ ଖବର