ରାଉରକେଲା : ମୁମ୍ବାଇ-ହାୱଡା ରୁଟ୍ର ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନଗୁଡ଼ିକରେ ଡକାୟତି କରୁଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ରେଳବାଇ ପୁଲିସ ଗିରଫ କରିଛି। ଗତକାଲି ରାତି ପ୍ରାୟ ୧୦ଟାରେ ସେମାନେ କଲୁଙ୍ଗା ଷ୍ଟେସନ ନିକଟରେ ଟାଟା- ବିଳାସପୁର ପାସେଞ୍ଜର ଟ୍ରେନରୁ ଡକାୟତି ଉଦ୍ୟମ କରୁଥିବାବେଳେ ପୁଲିସ ହାତରେ ଧରା ପଡ଼ିଛନ୍ତି। ଗିରଫ ଡାକାୟତମାନେ ହେଲେ ଚତୁରୀ ମଣ୍ଡଳ, ବିପିନ କୁମାର, ପିଣ୍ଟୁ ରାଜ ଓ ଅମରଜିତ୍ କୁମାର। ସେମାନେ ସମସ୍ତେ ବିହାର ରାଜ୍ୟର ମୁଙ୍ଗେରର ନିବାସୀ। ଡକାୟତମାନଙ୍କ ନିକଟରୁ ୫ଟି ମୋବାଇଲ, ଦୁଇଟି ଭୁଜାଲି, ଛୁରି, ବ୍ଲେଡ, ନଗଦ ୭ ହଜାର ଟଙ୍କା, ଲୁଟ୍ ମନିପର୍ସ ଓ ଆଧାର କାର୍ଡ ଆଦି ଜବତ ହୋଇଛି। ଏମାନଙ୍କ ନାଁରେ ରାଉରକେଲା, ଝାରସୁଗୁଡ଼ା ସମେତ ଅନ୍ୟ ରେଳବାଇ ଥାନାରେ ଏକାଧିକ ଆପରାଧିକ ମାମଲା ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)