ତିନି ମହିଳାଙ୍କ ସମେତ ୪ ମଦ ବେପାରୀ ଗିରଫ, ୨୧୦ ଲିଟର ଦେଶୀ ମଦ ଜବତ

ରାଉରକେଲା: ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ରାଉରକେଲା ଅବକାରୀ ପୁଲିସ ୩ ଜଣ ମହିଳାଙ୍କ ସମେତ ଜଣେ ପୁରୁଷ, ମୋଟ୍‌ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସେକ୍ଟର-୧୫ ଅଞ୍ଚଳର କମଳା ସାହୁ, ବିରଞ୍ଚି ଖାଡ଼ିଆ, କାରିଛାପଲର ନେଦା ଖାଲଖୋ ଓ ସଲୋନୀ ଓରାମ। ଅଭିଯୁକ୍ତମାନଙ୍କ ପାଖରୁ ୨୧୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସୂଚନାଯୋଗ୍ୟ, ସେକ୍ଟର-୧୫ ଅଞ୍ଚଳରେ ଅଭିଯୁକ୍ତମାନେ ମଦ ବିକ୍ରି କରୁଥିବା ଅବକାରୀ ପୁଲିସ ଗୁପ୍ତ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ଆଜି ପୂର୍ବାହ୍ନରେ ଅତର୍କିତ ଚଢ଼ଉ କରି ଦୁଇ ଅଭିଯୁକ୍ତ କମଳା ଓ ବିରଞ୍ଚିଙ୍କୁ ମଦ ସହ ଗିରଫ କରିଥିଲା। ସେହିଭଳି କାରିଛାପଲ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତକରି ସହର ଭିତରକୁ ଚୋରାଚାଲାଣ କରୁଥିବା ପୁଲିସ ସୂଚନା ପାଇ ପୁଲିସ ସଦଳବଳ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ପୁଲିସ ଦୁଇ ଅଭିଯୁକ୍ତ ନେଦା ଓ ସଲୋନୀଙ୍କୁ କାବୁ କରିନେଇଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ସବ୍‌ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ଅନ୍ୟ ବିଭାଗୀୟ କର୍ମଚାରୀ, ମୋବାଇଲ ସ୍କ୍ବାଡ୍‌ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର