ଝାରସୁଗୁଡ଼ା: ମଙ୍ଗଳବାର ରାତିରେ ବ୍ରଜରାଜନଗର ଥାନା ଅଧୀନ ରାଣୀବନ୍ଧରୁ ବଡ଼ଯୋବକୁ ପଡ଼ିଥିବା ରାସ୍ତାର ଛେଳିକୋଠି ନିକଟରେ ପୁଲିସ ସହ ଗୁଳି ବିନିମୟ କରି ଚାରି ଜଣ ଅପରାଧୀ ଆହତ ହୋଇଛନ୍ତି।
ସେମାନେ ହେଲେ ଗଜପତିନଗରର ୨୬ ବର୍ଷିୟ ଅନନ୍ତ ଧଳ ଓରଫ ଭୀମା, ମଣ୍ଡିଆଳର ୨୪ ବର୍ଷିୟ ଶୈଳେନ୍ଦ୍ର ପାତ୍ର, ୨୫ ବର୍ଷିୟ ନିକି ସିଂହ ଏବଂ ଓରିଏଣ୍ଟ୍ ଥାନା ଅଞ୍ଚଳ ମହାବୀର ନଗରର ୨୨ ବର୍ଷିୟ ରଫିକ୍ ଅନ୍ସାରୀ।
/sambad/media/post_attachments/wp-content/uploads/2019/11/kil1-300x169.jpg)
ଚିକିତ୍ସା ନିମନ୍ତେ ପୁଲିସ ସେମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।
ଗତରାତି ପ୍ରାୟ ୮: ୩୦ରେ ଦୁଇଟି ବାଇକ୍ରେ ଆସି ଚାରି ଜଣ ଦୁର୍ବୃତ୍ତ ଆସି ବ୍ରଜରାଜନଗର ମୁଖ୍ୟ ବଜାରରେ ଥିବା ଲକ୍ଷ୍ମୀ କେଫ୍ର କାଉଣ୍ଟର୍ରେ ଠିଆ ହୋଇଥିବା ୩୦ ବର୍ଷିୟ ମଣ୍ଟୁ ଘୋଷଙ୍କ ଉପରକୁ ଅତି ପାଖରୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ମୁଣ୍ଡ, ଛାତି ଓ ଗୋଡ଼ରେ ଗୁଳି ଚୋଟ ଲାଗିଥିବା ମଣ୍ଟୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
/sambad/media/post_attachments/wp-content/uploads/2019/11/kil2-300x169.jpg)
ଏ ସଂକ୍ରାନ୍ତରେ ଖବର ପାଇ ପୁଲିସ ଏକାଧିକ ଟିମ୍ରେ ବିଭକ୍ତ ହୋଇ ସାରା ରାତି ବିଭିନ୍ନ ରାସ୍ତାରେ ଅପରାଧୀମାନଙ୍କୁ ଖୋଜୁଥିଲେ।
/sambad/media/post_attachments/wp-content/uploads/2019/11/kil3-300x169.jpg)
ଆତତାୟୀମାନେ ବ୍ରଜରାଜନଗର-ବଡ଼ଯୋବ ରାସ୍ତାରେ ଯାଉଥିବା ସୂଚନା ପାଇ ସେମାନଙ୍କୁ ଅନୁସରଣ କରିଥିଲେ। ଆତଙ୍କିତ ଅପରାଧୀମାନେ ଛେଳିକୋଠି ଠାରେ ପିଛାକାରୀ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ପାଲଟା ଗୁଳି ଚଳାଇବାରୁ ଆହତ ହୋଇ ବାଇକ୍ ଆରୋହୀ ଚାରି ଦୁର୍ବୃତ୍ତ ଘଟଣାସ୍ଥଳରେ ପଡ଼ିଯାଇଥିଲେ।
/sambad/media/post_attachments/wp-content/uploads/2019/11/kil4-300x169.jpg)
ସେଠାରୁ ପୁଲିସ ଦୁଇଟି ବାଇକ୍, ଦୁଇଟି ପିସ୍ତଲ ଓ ପାଞ୍ଚଟି ଅଫୁଟାଗୁଳି ଓ କିଛି ଖୋକା ମଧ୍ୟ ଉଦ୍ଧାର କରିଛି।
ଗତ ଜୁନ ୨୧ ତାରିଖରେ ବ୍ରଜରାଜନଗର ଠାରେ ଅମିତ ଧଳଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ସୋନୁ ଘୋଷ ଗିରଫ ହୋଇ ବର୍ତ୍ତମାନ ଜେଲରେ ଅଛି। ଗତ କାଲି ଲକ୍ଷ୍ମୀ କେଫ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ମଣ୍ଟୁ ହେଉଛି ସୋନୁ ଘୋଷର ଭାଇ ଓ ଗତ ରାତିରେ ଏନ୍ଅକାଉଣ୍ଟରରେ ଆହତ ହୋଇଥିବା ଅନନ୍ତ ଧଳ ହେଉଛି ମୃତ ଅମିତ ଧଳର ଭାଇ । ଏହି ସମଗ୍ର ଘଟଣା ପଛରେ କୋଇଲା ମାଫିଆଙ୍କ ଗ୍ୟାଙ୍ଗ ୱାର ଓ ପତିଆରା ବୃଦ୍ଧି ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/enc.jpg)