ପୂର୍ବତଟ ରେଳପଥରେ ଗଡ଼ିବ ଆଉ ୪ଟି ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଆଉ ୪ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-ମୁମ୍ବାଇ ଏଲ୍‌ଟିଟି, ପୁରୀ-ଗାନ୍ଧୀଧାମ, ମୁଜାଫରପୁର-ଯଶୋବନ୍ତପୁର ଓ ଜସିଡିହ-ତାମ୍ବରମ ସ୍ବତନ୍ତ୍ର ଟ୍ରେନ୍‌। ମୁମ୍ବାଇ ଏଲ୍‌ଟିଟି-ପୁରୀ-ମୁମ୍ବାଇ ଏଲ୍‌ଟିଟି ସ୍ପେଶାଲ୍(୦୨୧୪୫/୦୨୧୪୬) ମୁମ୍ବାଇରୁ ଏପ୍ରିଲ ୧୧ରୁ ପ୍ରତ୍ୟେକ ରବିବାର ରାତି ୮ଟା ୩୦ରେ ଏବଂ ପୁରୀରୁ ଏପ୍ରିଲ ୧୩ରୁ ରାତି ୯ଟା ୪୫ରେ ପ୍ରତି ମଙ୍ଗଳବାର ଚଳାଚଳ କରିବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଉକ୍ତ ଟ୍ରେନ୍‌ ଚାଲିବ।

ସେହିପରି ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସ୍ବତନ୍ତ୍ର ଟ୍ରେନ୍‌ (୦୯୪୯୩/୦୯୪୯୪) ଏପ୍ରିଲ ୧୬ରୁ ଗାନ୍ଧୀଧାମରୁ ପ୍ରତ୍ୟେକ ଶୁକ୍ରବାର ରାତି ୧୧ଟା ୫ରେ ଛାଡ଼ିବ ଏବଂ ପୁରୀରୁ ଏପ୍ରିଲ ୧୯ରୁ ପ୍ରତି ସୋମବାର ରାତି ୧୧ଟାରେ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ମୁଜାଫରପୁର-ଯଶୋବନ୍ତପୁର-ମୁଜାଫରପୁର ସ୍ବତନ୍ତ୍ର ଟ୍ରେନ୍‌(୦୫୨୨୮/୦୫୨୨୭) ମୁଜାଫରପୁରରୁ ଏପ୍ରିଲ ୫ରୁ ଜୁନ୍‌ ୨୮ ମଧ୍ୟରେ ପ୍ରତ୍ୟେକ ସୋମବାର ସକାଳ ୭ଟା ୨୫ରେ ଛାଡ଼ିବ ଏବଂ ଯଶୋବନ୍ତପୁରରୁ ଏପ୍ରିଲ ୭ରୁ ଜୁନ୍‌ ୩୦ ମଧ୍ୟରେ ପ୍ରତି ବୁଧବାର ରାତି ୧୧ଟା ୫୫ରେ ଛାଡ଼ିବ। ଜସିଡିହ-ତାମ୍ବରମ୍-ଜସିଡିହ ସ୍ବତନ୍ତ୍ର ଟ୍ରେନ୍‌ (୦୨୩୭୬/୦୨୩୭୫) ଜସିଡିହରୁ ଏପ୍ରିଲ ୧୪ରୁ ପ୍ରତି ବୁଧବାର ଅପରାହ୍‌ଣ ୧ଟା ୨୦ରେ ଛାଡ଼ିବ ଓ ତାମ୍ବରମ୍‌ରୁ ଏପ୍ରିଲ ୧୭ରୁ ପ୍ରତ୍ୟେକ ଶନିବାର ମଧ୍ୟାହ୍ନ ୧୨ଟା ୫୫ରେ ଛାଡ଼ି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ବିଦ୍ୟୁତୀକରଣ ସହିତ ତୃତୀୟ ଲାଇନ କାର୍ଯ୍ୟକ୍ଷମ ପାଇଁ ବିଶାଖାପାଟନମ୍-ନୂଆଦିଲ୍ଲୀ- ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୨୮୦୫/୦୨୮୦୬) ଉଭୟ ପାର୍ଶ୍ୱରୁ ଏପ୍ରିଲ୍ ୧୦ରୁ ୨୩ ମଧ୍ୟରେ ପରିବବର୍ତ୍ତିତ ମାର୍ଗ ଭାୟା ସୀମାଞ୍ଚଳମ୍‌ ଉତ୍ତର-ବିଜୟନଗରମ-ରାୟଗଡା-ଟିଟିଲାଗଡ଼-ରାୟପୁର-ଗୋଣ୍ଡିଆ-ନାଗପୁର ହୋଇ ଚଳାଚଳ କରିବ।

ସମ୍ବନ୍ଧିତ ଖବର