ଭୁବନେଶ୍ୱର : ପୂର୍ବତଟ ରେଳପଥ ମଧ୍ୟରେ ଆଉ ୪ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୁରୀ-ଭାଲସାଦ ସପ୍ତାହିକ ଏକପ୍ରେସ୍(ଭାୟା ଅନୁଗୁଳ-ଝାରସୁଗୁଡ଼ା-ବିଳାସପୁର-ଜବଲପୁର) ଅକ୍ଟୋବର ୧୫ରୁ ପ୍ରତି ଗୁରୁବାର ଭାଲସାଦ୍ରୁ ଛାଡ଼ିବ ଏବଂ ୧୮ ତାରିଖଠାରୁ ପ୍ରତି ରବିବାର ପୁରୀରୁ ଛାଡ଼ିବ। ଗସ୍ତ ସମୟରେ ଏହି ଟ୍ରେନ୍ ଭୁବନେଶ୍ବର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ, ଚମ୍ପା, ବିଳାସପୁର ଆଦି ଷ୍ଟେସନରେ ରହିବ।
ସିକନ୍ଦରାବାଦ-ସାଲିମାର ସ୍ବତନ୍ତ୍ର ଟ୍ରେନ୍(୦୨୭୭୪/୦୨୭୭୩) ଆସନ୍ତା ୧୩ ତାରିଖଠାରୁ ପ୍ରତି ମଙ୍ଗଳବାର ଭୋର ୫ଟା ୪୦ରେ ସିକନ୍ଦରାବାଦରୁ ଏବଂ ୧୪ ତାରିଖଠାରୁ ପ୍ରତି ବୁଧବାର ଅପରାହ୍ନ ୪ଟା ୫ ମିନିଟ୍ରେ ସାଲିମାରରୁ ଛାଡ଼ିବ। ଏହି ଟ୍ରେନ୍ ଓଡ଼ିଶା ମଧ୍ୟରେ ବ୍ରହ୍ମପୁର, ଖୋର୍ଧା ରୋଡ, ଭୁବନେଶ୍ବର, କଟକ, ବାଲେଶ୍ବର ଷ୍ଟେସନରେ ଅଟକିବ। ସେହିପରି ସିକନ୍ଦରାବାଦ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍ ଅକ୍ଟୋବର ୧୭ ଓ ତିରୁପତି-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍ ୧୪ ତାରିଖଠାରୁ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/train-2.jpg)