ପୂର୍ବତଟ ରେଳ ଚଳାଇବ ୪ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ପୂର୍ବତଟ ରେଳ ୪ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବ । ଯାତ୍ରୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକ ପୁରୀରୁ ଭଲସାଦ, ସିକନ୍ଦରାବାଦରୁ ସାଲିମାର, ବିଶାଖାପାଟଣାରୁ ତିରୁପତି ଓ ବିଶାଖାପାଟଣାରୁ ସିକିନ୍ଦରାବାଦ୍‌ ଚାଲିବ।

ପୂର୍ବତଟ ରେଳର ସୂଚନା ଅନୁସାରେ ଭଲସାଦ-ପୁରୀ-ଭଲସାଦ ସାପ୍ତାହିକ ଏକ୍ସପ୍ରେସ (୦୯୨୦୯/୦୯୨୧୦) ଭଲସାଦରୁ ପ୍ରତି ଗୁରୁବାର ଛାଡ଼ିବ। ଏହି ଟ୍ରେନ ସେବା ଆସନ୍ତା ଅକ୍ଟୋବର ୧୫ ତାରିଖ ଠାରୁ ଆରମ୍ଭ ହେବ। ଅକ୍ଟୋବର ୧୮ରୁ ଏହି ଟ୍ରେନ ପୁରୀରୁ ଆରମ୍ଭ ହେବ। ଏହି ଟ୍ରେନ ପୁରୀରୁ ଭୁବନେଶ୍ୱର, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା, ବିଲାସପୁର ଓ ଜବଲପୁର ଦେଇ ଯିବ।

ଟ୍ରେନ୍‌ ନମ୍ବର ୦୨୭୭୪/୦୨୭୭୩ ସିକନ୍ଦରାବାଦ-ସାଲିମାର-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ ସିକନ୍ଦରାବାଦ ଠାରୁ ଅକ୍ଟୋବର ୧୩ରୁ ଆରମ୍ଭ ହେବ। ଏହି ଟ୍ରେନ ପ୍ରତି ମଙ୍ଗଳବାର ପୂର୍ବାହ୍ନ ୫ଟା ୪ରେ ଛାଡ଼ିବ। ସେହିଭଳି ଅକ୍ଟୋବର ୧୪ରୁ ପ୍ରତି ବୁଧବାର ଅପରାହ୍‌ଣ ୪ଟା ୫ରେ ସାଲିମାରରୁ ଛାଡ଼ିବ। ଏହି ଟ୍ରେନ ଓ୍ଵାରଙ୍ଗଲ, ରାୟନପାଡୁ, ସାମଲକୋଟ, ବିଶାଖାପାଟଣା, ବିଜୟନଗରମ, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ବାଲେଶ୍ୱର, ଖଡ଼ଗପୁର ଓ ସନ୍ତ୍ରାଗଚ୍ଛି ଆଦି ଷ୍ଟେସନରେ ଅଟକିବ।

ସିକନ୍ଦରାବାଦ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍‌ (୦୨୭୮୪/୦୨୭୮୩) ଅକ୍ଟୋବର ୧୭ ତାରିଖ ଠାରୁ ପ୍ରତି ଶନିବାର ସନ୍ଧ୍ୟା ୫ଟା ୫୦ରେ ସକିନ୍ଦରାବାଦ ଷ୍ଟେସନରୁ ଛାଡ଼ିବ। ଅପରପକ୍ଷେ ଏହି ଟ୍ରେନ ବିଶାଖାପାଟଣା ଠାରୁ ଅକ୍ଟୋବର ୧୮ ତାରିଖ ଠାରୁ ସନ୍ଧ୍ୟା ୬ଟା ୫୫ରେ ଛାଡ଼ିବ। ଉଭୟ ଷ୍ଟେସନ ମଧ୍ୟରେ ଗୁଣ୍ଟୁର, ବିଜୟଓ୍ଵାଡା, ଇଲୁରୁ, ରାଜମହେନ୍ଦ୍ରୀ, ସାମଲକୋଟ, ଅନକାପଲ୍ଲୀ ଓ ଦୁଧଓ୍ଵା ଷ୍ଟେସନରେ ରହଣି କରିବ।

ଟ୍ରେନ ନଂ ୦୨୭୦୮/୦୨୭୦୭ ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ଅକ୍ଟୋବର ୧୪ରୁ ପ୍ରତି ତିରୁପତି ଠାରୁ ବୁଧବାର, ଶୁକ୍ରବାର ଓ ରବିବାର ରାତି ୯ଟା ୫୦ରେ ଛାଡ଼ିବ। ସେହିଭଳି ଅକ୍ଟୋବର ୧୭ ତାରିଖ ଠାରୁ ବିଶାଖାପାଟଣାରୁ ପ୍ରତି ଗୁରୁବାର, ଶନିବାର ଓ ସୋମବାର ରାତି ୧୦ଟା ୫୦ରେ ଛାଡ଼ିବ।

ସମ୍ବନ୍ଧିତ ଖବର