ପ୍ଲାଜ୍‌ମା ଦାନ କଲେ ୪ ଏନ୍‌ଡିଆରଏଫ୍‌ ଯବାନ

ତାଲିକାରେ ଅଛନ୍ତି ଏନ୍‌ଡିଆର‌୍‌ଏଫ୍‌ ୩୯, ଅଗ୍ନିଶମ ବିଭାଗର ୧୦
ବ୍ରହ୍ମପୁର ଗଲା ୬ ପ୍ଲାଜମା ପ୍ୟାକେଟ୍

କଟକ : କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଆଶା ସଂଚାର କରିଛି ପ୍ଲାଜ୍‌ମା ଚିକିତ୍ସା। ଯେଉଁ ଗୁରୁତର ରୋଗୀଙ୍କ ଚିକିତ୍ସାରେ ପ୍ଲାଜମା ବ୍ୟବହାର ହୋଇଛି, ସେମାନଙ୍କର ସ୍ବାସ୍ଥ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଛି। ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଚିକିତ୍ସା ପରେ ଆଇସିୟୁରେ ଥିବା ଜଣେ ୪୮ବର୍ଷର ସଂକ୍ରମିତ ଆଜି ଅନେକାଂଶରେ ସୁସ୍ଥ ହୋଇ ଆଇସିୟୁରୁ ବାହରି ୱାର୍ଡକୁ ଆସିଛନ୍ତି। ଅନ୍ୟ ଜଣେ ଆଇସିୟୁରେ ଥିବା ସଂକ୍ରମିତଙ୍କ ଅବସ୍ଥାରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିଥିବା ଜଣାପଡିଛି। ଏଭଳି ସ୍ଥିତିରେ କରୋନାରୁ ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଥିବା ବ୍ୟକ୍ତି କିଭଳି ଅଧିକରୁ ଅଧିକ ସଂଖ୍ୟାରେ ପ୍ଲାଜମା ଦାନ କରିବେ, ସେ ଦିଗରେ ପ୍ରୟାସ ଆରମ୍ଭ ହୋଇଛି। କରୋନାରୁ ସୁସ୍ଥ ହୋଇଥିବା ଏନ୍‌ଡିଆରଏଫ୍‌ର ୪ ଜଣ ଯବାନ ଆଜି କଟକ ବଡ଼ ମେଡିକାଲ ପ୍ଲାଜମା ବ୍ୟାଙ୍କରେ ପ୍ଲାଜମା ଦାନ କରିଛନ୍ତି। ସେମାନଙ୍କ ଠାରୁ ୮ ପ୍ୟାକେଟ୍ ପ୍ଲାଜମା ସଂଗ୍ରହ କରାଯାଇଛି। ସେଥିରୁ ଆଜି ସଂଧ୍ୟାରେ ବ୍ରହ୍ମପୁର କୋଭିଡ୍‌ ହସ୍ପିଟାଲକୁ ୬ ପ୍ୟାକେଟ୍ ପ୍ଲାଜମା ଯାଇଥିବା ଏସ୍‌ସିବି ପ୍ଲାଜମା ବ୍ୟାଙ୍କର ନୋଡାଲ ଅଫିସର ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର