ପ୍ରଶାସନର ରାତି ଅଧିଆ ଚଢ଼ଉ : ଛତିଶଗଡ଼ ଚୋରା ଚାଲାଣ ବେଳେ ୪ ଗାଡ଼ି ଧାନ ଜବତ

ଧର୍ମଗଡ଼/କୋକସରା : ଛତିଶଗଡ ରାଜ୍ୟକୁ ଚୋରା ଚାଲାଣ ହେବାକୁ ଥିବା ୪ଟି ଧାନ ବୋଝେଇ ଗାଡ଼ିକୁ ପ୍ରଶାସନ ଜବତ କରିଛି। ଜବତ ଗାଡି ମଧୢରେ ଗୋଟିଏ ୪୦୭ ଓ ୩ଟି ପିକଅପ ଭ୍ୟାନ୍‌ ରହିଛି। ଶନିବାର ବିଳମ୍ବିତ ରାତ୍ରରେ ଉପଜିଲ୍ଲାପାଳ ପଦ୍ମନାଭ ବେହେରାଙ୍କ ନେତୃତ୍ବରେ ଉପଖଣ୍ତ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାସ, ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ଟୁଡୁ, ପ୍ରଶାନ୍ତ ଦାସ, ହରିହର ସାହୁ ପ୍ରମୁଖ ପର୍ଲା-କଦଳୀମୁଣ୍ତା ରାସ୍ତାରେ ଓଡି ୦୮ ଡି ୧୭୬୨ ନମ୍ବର ବିଶିଷ୍ଟ ଏକ ୪୦୭କୁ ଜବତ କରିଥିଲେ। ଏହି ଗାଡିରେ ୮୨ ବ୍ୟାଗ ଧାନ ଥିବା ବେଳେ ଧାନ ଛତିଶଗଡ ରାଜ୍ୟକୁ ଚାଲାଣ ହେଉଥିଲା। ଗାଡିକୁ ଜବତ କରି ପୁଲିସ ହସ୍ତାନ୍ତର ପରେ ତଦନ୍ତ ଆରମ୍ଭ କରାଯାଇଛି ା ରବିବାର ଭୋର ୫ଟାରେ ଧର୍ମଗଡ ନିୟନ୍ତ୍ରିତ ବଜାର କମିଟି ୩ଟି ପିକଅପ ଭ୍ୟାନକୁ ପର୍ଲା ଠାରେ ଜବତ କରିଥିଲା। ଜବତ ଗାଡି ମଧୢରୁ ଓଡି ୦୮ ଜି ୪୭୫୨ ନମ୍ବର ଗାଡ଼ି ବିଜମରାରୁ ଦେଭୋଗକୁ ଧାନ ନେଉଥିଲା। ସେହିପରି ଓଡି ୦୮ ଏ ୧୦୧୭ ନମ୍ବର ଗାଡ଼ି ମାଲପଡାରୁ ଦେଭୋଗ ଓ ଓଡି ୦୮ ଏଚ ୨୦୫୯ ନମ୍ବର ଗାଡ଼ି ସାନଫୁର୍ଲାରୁ ଦେଭୋଗକୁ ଧାନ ଚାଲାଣ କରୁଥିଲା। ଗାଡି ଗୁଡିକୁ ଧର୍ମଗଡ ପୁଲିସକୁ ହସ୍ତାନ୍ତର କରି ପ୍ରଶାସନ ତଦନ୍ତ ଆରମ୍ଭ କରିଥିବା ଉପଖଣ୍ତ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାସ ସୂଚନା ଦେଇଛନ୍ତି।

ପ୍ରକାଶ ଯେ ନଭେମ୍ବର ୧ ତାରିଖରୁ ମଣ୍ତି ଖୋଲିବ ବୋଲି ପ୍ରଶାସନ ଘୋଷଣା କଲା ା କିନ୍ତୁ ଇତି ମଧୢରେ ୨୫ ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲାରେ ଗୋଟିଏ କ୍ବିଣ୍ଟାଲ ଧାନ ମଧ୍ୟ କିଣାଯାଇ ପାରି ନାହିଁ। ବିଭିନ୍ନ ଆଳ ଦେଖାଇ ମିଲର୍ସ ମଣ୍ତି ଖୋଲିବାରେ ଅସହଯୋଗ କରୁଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଦଲାଲମାନେ କ୍ବିଣ୍ଟାଲ ପ୍ରତି ୧୧ ଶହ ଟଙ୍କା ଚାଷୀଙ୍କ ଠାରୁ ଧାନ କିଣି ପଡୋଶୀ ଛତିଶଗଡ଼ ରାଜ୍ୟକୁ ଚାଲାଣ କରୁଛନ୍ତି। ପ୍ରତିଦିନ ପର୍ଲା, ଗୋତୋମୁଣ୍ତା, ପାଇକପଡା, ବେହେରାଗୁଡା, ପଲସପାନି ରାସ୍ତା ୧୦ ହଜାର କ୍ବିଣ୍ଟାଲ ଧାନ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ମଚାମାଲ, ସର୍ଗିଗୁଡା, ତରାପୁର, କୁଣ୍ତାମାଲ, କାନ୍ଦୁଲବନ୍ଦ, ଆମପାଣି, ପୋଡାଗୁଡା, ଟେମରା, ଲଡୁଗାଁ ଆଦି ଅ˚ଚଳରୁ ଦୈନିକ ଶହଶହ ପିକଅପ ଭ୍ୟାନ ଓ ୪୦୭ରେ ଧାନ ଚାଲାଣ ହେଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ‌େଦବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର