ଜଗତସିଂହପୁର ଟାଉନ: ଗାଡ଼ି ସାଇଡ୍ ମାରିବାକୁ କେନ୍ଦ୍ର କରି ଆଜି ଜଗତସିଂହପୁର ଗୋପାଳସାଗର ନିକଟରେ ଗଣ୍ଡଗୋଳ ଘଟିଛି। ୨ ଯୁବକଙ୍କୁ ବିଚ୍ ରାସ୍ତାରେ ମାଡ଼ ହୋଇଛି। ମାଡ଼ ଖାଇଥିବା ଏହି ଯୁବକ ଦ୍ୱୟ ହେଲେ, ସଚିନ୍ ବେଗ୍ ଏବଂ ଅରବାଜ୍ ବେଗ୍। ପୁଲିସ ସେମାନଙ୍କୁ ଉଦ୍ଧାର କରିଛି।
ଅଭିଯୋଗ ଅନୁସାରେ, ଓହଳର ସଚିନ୍ ଏବଂ ଅରବାଜ୍ ବାଇକ୍ ନେଇ ଯାଉଥିଲେ। ରାସ୍ତାରେ ସାଇଡ୍ ମାରିବାକୁ କେନ୍ଦ୍ର କରି ଗୋପାଳସାଗର ରବି ସେଠୀ ଓ ବାଙ୍କୁଆ ଓରଫ ବାବୁଙ୍କ ସହ ସେମାନଙ୍କ ଯୁକ୍ତିତର୍କ ହୋଇଥିଲା। ରବି ଓ ବାଙ୍କୁଆ ମିଶି ସଚିନ୍ ଓ ଅରବାଜଙ୍କୁ ପିଟିଥିଲେ। ଏହାପରେ ଅନ୍ୟ କିଛି ଯୁବକ ମଧ୍ୟ ସେମାନଙ୍କୁ ମାଡ଼ ମାରିଥିଲେ। ଏସ୍ଆଇ ଜ୍ୟୋତିସାହୁ ଘଟଣାସ୍ଥଳରେ ପହଞ୍ଚି ସଚିନ୍ ଓ ଅରବାଜଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ଅଭିଯୁକ୍ତମାନେ ସେଠାରୁ ଫେରାର୍ ହୋଇ ଯାଇଥିଲେ। ଏ ନେଇ ସଚିନ୍ ବେଗ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଦୁଇ ଯୁବକଙ୍କୁ ରାସ୍ତାରେ ପିଟିଲେ
/sambad/media/post_attachments/wp-content/uploads/2017/09/jgtsghpr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)