ଛୁରୀ ଦେଖାଇ ଯୁବକ-ଯୁବତୀଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରି ଅଶ୍ଲୀଳ ଭିଡିଓ ଓ ଫଟୋ ଉତ୍ତୋଳନ କଲେ, ୪ ଗିରଫ

ଜୟପୁର: ଜୟପୁର ଟାଉନ ଥାନା ଅଞ୍ଚଳରେ ଜଣେ ଯୁବକ ଓ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ଟଙ୍କା ପାଇଁ ବ୍ଲାକମେଲ୍ କରିବା ମହଙ୍ଗା ପଡିଛି। ଟଙ୍କା ଦେବା ବାହାନାରେ ଟାଉନ ପୁଲିସ ଜାଲ ବିଛାଇ ଅଭିଯୁକ୍ତକୁ କାବୁ କରିଛି। ବ୍ଲାକମେଲ କରୁଥିବା ଅଭିଯୁକ୍ତମାନକୁ ଟଙ୍କା ବଦଳରେ ଜେଲ ଯିବାକୁ ପଡିଛି। ଜୟପୁର ସହରରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜନସାଧାରଣ ନିନ୍ଦା ପ୍ରକାଶ କରିଛନ୍ତି। ଏହି ମାମଲାରେ ଟାଉନ ପୁଲିସ ୫ ଜଣକୁ କାବୁ କରିଥିବା ବେଳେ ସେଥିରେ ଜଣେ ନାବାଳକ ମଧ୍ୟ ସମ୍ପୃକ୍ତି ରହିଥିବା ନେଇ ଜୟପୁର ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏସଡିପିଓଙ୍କ କହିବାନୁଯାୟୀ, ଯୁବକ ଓ ଯୁବତୀ ଦୁହେଁ ଜୟପୁର ଟାଉନ ଥାନା ଅଞ୍ଚଳର ଅଟନ୍ତି। ଯୁବକ ଓ ଯୁବତୀ ଜଣଙ୍କ ପିଲାଦିନରୁ ଦ‌ୁହେଁ ସାଙ୍ଗ ଅଟନ୍ତି। ଗତକାଲି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଦୁହେଁ ପାରାବେଡା ସ୍ଥିତ ଲୋକନାଥ ମନ୍ଦିର ନିକଟରେ ନିଛାଟିଆ ସ୍ଥାନରେ କଥାବାର୍ତ୍ତା ହେଉଥ‌ିଲେ। ସେହି ସମୟରେ ସ୍ଥାନୀୟ ୨ ଜଣ ଯୁବକ ସେଠାକୁ ଯାଇ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ସେଠା‌ରେ ଅନ୍ୟ ୩ ଜଣ ଅଭିଯୁକ୍ତ ପହଞ୍ଚି ଯାଇଥିଲେ। ଅଭିଯୁକ୍ତ ଛୁରୀ ଦେଖାଇ ଯୁବକ ଓ ଯୁବତୀଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରି ଦେଇଥିଲେ। ଏହାପରେ ଅଭଯୁକ୍ତମାନ‌େ ସେମାନଙ୍କ ଅଶ୍ଲୀଳ ଭିଡିଓ ଓ ଫଟୋ ଉତ୍ତୋଳନ କରିଥିଲେ। ଭିଡିଓ ବଦଳରେ ୫୦ ହଜାର ଟଙ୍କା ଦେବାକୁ ପଡିବ ନଚେତ ଏହାକୁ ଭାଇରଲ କରିଦେବୁ ବ‌ୋଲି ବ୍ଲାକମେଲ୍ କରିଥିଲେ। ଏଥିସହ ଯୁବକ ଓ ଯୁବତୀଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଯୁବକ ଓ ଯୁବତୀଙ୍କ ନିକଟରେ ଟଙ୍କା ନଥିବାରୁ ସେମାନଙ୍କୁ ଛାଡି ଦେଇଥିଲେ ଓ ଟଙ୍କା ଆଣିବାକୁ କହିଥିଲେ। ଯୁବକ ଜଣକ ଜଣେ ସାଙ୍ଗ ଠାରୁ ୫ ହଜାର ଟଙ୍କା ଓ ଅନ୍ୟ ଜଣେ ସାଙ୍ଗ ଠାରୁ ୨ ହଜାର ଟଙ୍କା ଧାର କରି ନେଇଥିଲେ। ଅଭିଯୁକ୍ତମାନ‌େ କହିବାସ୍ଥାନରେ ଟଙ୍କା ଯୁବକ ଜଣକ ପହଞ୍ଚି ୭ ହଜାର ଟଙ୍କା ଦେଇଥିଲେ। ଏଥିସହ ଆସନ୍ତାକାଲି ୧୩ ହଜାର ଟଙ୍କା ଦେବାକୁ ଏବଂ ମାସକ ଭିତରେ କିସ୍ତିରେ ୩୦ ହଜାର ଟଙ୍କା ଦେବାକୁ କହିଥିଲେ। ସମସ୍ତ ଟଙ୍କା ନ‌େଦେଲେ ସୋସିଆଲ ମିଡିସରେ ଭିଡିଓ ଘୁରିବୁଲିବ ବୋଲି କହିଥିଲେ। ମିଳିଥିବା ଟଙ୍କାକୁ ଅଭିଯୁକ୍ତମାନ‌େ ନିଜ ଭିତରେ ବାଣ୍ଟି ନେଇଥିଲେ।

 

ଗତକାଲି ରାତିରେ ହିଁ ଯୁବକ ଜଣକ ଟାଉନ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ ଦେଇଥିଲେ। ଏହାକୁ ଭିତ୍ତି କରି ଟାଉନ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ପୁଲିସ ଅଭିଯୁକ୍ତମାନକୁ ଧରିବା ପାଇଁ ଜାଲ ବିଛାଇଥିଲା। ଯୋଜନା ମୁତାବକ ଯୁବକ ଜଣକ ସେହି ସ୍ଥାନକୁ ଟଙ୍କା ଦେବାକୁ ଯାଇଥିଲେ। ଅଭିଯୁକ୍ତ ଟଙ୍କା ନେବାକୁ ଆସିବା ବେଳେ ଟାଉନ ପୁଲିସ ମାଡି ବସିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ବିଷୟରେ ଖବର ପାଇଁ ଗିରଫ କରିବା ଲାଗିଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟ ୪ ଜଣ ସ୍ଥାନୀୟ କାଉଡମ୍ବ ସାହିର ଦିପକ ସାଉଦ, ଟୁକୁନା ଜାନି, ରୋହିତ ଗରଡା ଓ କପିଳ ପରିଛା। ୪ ଜଣ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ବାଳସୁଧାର ଗୃହକୁ ପଠାଇଛି। ଅଭିଯୁକ୍ତମାନଙ୍କ ଠାରୁ ଯୁବକ ‌ଦେଇଥିବା ୭ ହଜାର ଟଙ୍କା, ଗୋଟିଏ ସ୍କୁଟି, ୨ଟି ମୋବାଲଇ ଓ ଗୋଟିଏ ଛୁରୀ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର