ରାଉରକେଲା: ଦୁର୍ଗାପୁର ପାହାଡ଼ ଉପରକୁ ବୁଲିବାକୁ ଯାଇଥିଲେ ଦୁଇ ସାଙ୍ଗ। କିନ୍ତୁ ୪ ଜଣ ଲୁଟେରା ସେଠାରେ ପହଞ୍ଚି ବଳପୂର୍ବକ ଟଙ୍କା, ମୋବାଇଲ ଲୁଟି ନେଇଥିଲେ। ଏହି ମାମଲାରେ ସେକ୍ଟର-୭ ପୁଲିସ ଚାରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଆନନ୍ଦ ମାର୍ଗ ବସ୍ତିର ସୁମିତ ଲାହିରୀ(୧୮), ଆକାଶ ଲାଖୁଆ(୧୯), ନେପାଳୀ ବସ୍ତିର ଅମର ସିଂହ(୨୪) ଓ ଦୀପକ ନାୟକ(୨୨)। ଏହାସହ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର ହୋଇଛି।
/sambad/media/post_attachments/wp-content/uploads/2022/11/0a99b43a-966e-4836-b083-05471d7cb7af-e1668956979682.jpg)
ସୂଚନା ଅନୁସାରେ, ଗତ ୧୯ ତାରିଖ ଅପରାହ୍ନ ପ୍ରାୟ ୪ଟା। ଜଗଦା ଅଞ୍ଚଳର ଦୁଇ ବନ୍ଧୁ ଗଗନ ଓରାମ ଓ ପ୍ରତୀକ ମାହାତୋ ସେକ୍ଟର-୬ ଦୁର୍ଗାପୁର ପାହାଡ଼ ଉପରକୁ ବୁଲିବାକୁ ଯାଇଥିଲେ। ଉଭୟେ ବୁଲାବୁଲି କରୁଥିବାବେଳେ ଚାରି ଅଭିଯୁକ୍ତ ଗୋଟିଏ ସ୍କୁଟିରେ ପହଞ୍ଚିଥିଲେ। ଲୁଟେରାମାନେ ପ୍ରଥମେ ପାଖରେ ଯାହା ଅଛି ଦେବାକୁ କହିଥିଲେ। ତେବେ ଦୁଇ ବନ୍ଧୁ ମନା କରିବାରୁ ଅଭିଯୁକ୍ତମାନେ ଗାଳିଗୁଲଜ କରିବାସହ ଧମକଚମକ ଦେଇଥିଲେ। ଏମିତିକି ଜୀବନରୁ ମାରିଦେବାର ଧମକ ଦେବାସହ ନଗଦ ୧୫ ଶହ ଟଙ୍କା, ଦୁଇଟି ମୋବାଇଲ ଲୁଟି ନେଇଥିଲେ। ଏନେଇ ସେକ୍ଟର-୭ ଥାନାରେ ଏତଲା ହେବାପରେ ପୁଲିସ ତଦନ୍ତ ଆରମ୍ଭକରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/ae39e723-cf9f-4be2-ad01-01bf2c26ac24.jpg)