ଗମ୍ଭାରିଗୁଡାରେ ପୁଣି ଜଣଙ୍କ ମୃତ୍ୟୁ; ଦଶ ଦିନ ମଧ୍ୟରେ ଗୋଟିଏ ପରିବାରରୁ ୪ ଜଣଙ୍କ ମୃତ୍ୟୁ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସଦର ଗ୍ରାମ ଭୋଇ ସାହିର ଗତ ସପ୍ତାହରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ପୁଣି ଜଣଙ୍କ ମୃତ୍ୟୁ ହୋଇ ଥିବା ଜଣାପଡିଛି । ଆଜି ସନ୍ଧ୍ୟା  ସେହି ପରିବାରର ଜଣକର ପାରାଭୋଇଙ୍କ ପୁଅ କୈବଲ ପାରାଭୋଇ(୨୨)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ସପ୍ତାହରେ ଲକ୍ଷ୍ମୀଧର ପାରାଭୋଇ (୬୦), ତାଙ୍କ ସ୍ତ୍ରୀ ଦେମତୀ ପାରାଭୋଇ (୫୫) ତାଙ୍କ ପୁଅ ସଦାରାମ ପାରାଭୋଇ (୧୬)ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ଦେବକୀ ପାରାଭୋଇ ଡାକ୍ତରଖାନାରୁ (୧୪) ସୁସ୍ଥ ହୋଇ ଘରକୁ ଫେରିଥିଲେ। ସେହି ସମୟରେ ସାହିର ଅନ୍ୟ ୪ ଜଣ ବ୍ୟକ୍ତି ସାମାନ୍ୟ ଆକ୍ରାନ୍ତ ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗ ଗାଁକୁ ପହଞ୍ଚି ଚିକିତ୍ସା କରିଥିଲେ ।

ଆଜି ପୁଣି ଜଣଙ୍କ ମୃତ୍ୟୁ ନେଇ ଗ୍ରାମରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ସପ୍ତାହରେ ରୋଗୀ ଏବଂ ମୃତକ ମାନଙ୍କ ଠାରୁ ସଂଗୃହିତ ସ୍ୱାବର ରିପୋର୍ଟରେ ହଇଜା ଭୁତାଣୁ ଦ୍ୱାରା ମୃତ୍ୟୁ ହୋଇନଥିବା ରିପୋର୍ଟ ଆସିଥିବା ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡା ସନ୍ଦିପ ଶତପଥୀ ପ୍ରକାଶ କରିଛନ୍ତି । ଏନେଇଗତ ୭ ତାରିଖରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଦଳ ଜିଲ୍ଲା ସବଡିଭିଜନାଲ ମେଡିକାଲ ଅଫିସର ଡା ଶରତ ଚନ୍ଦ୍ର ସେଠୀ ଗମ୍ଭାରିଗୁଡା ଆସି ଲୋକଙ୍କ ସ୍ବାସ୍ଥ୍ୟ ବସ୍ଥା ପଚାରି ବୁଝିଥିଲେ ।

ପ୍ରକାଶ ଥାଉକି ଗମ୍ଭାରୀଗୁଡା ଭୋଇସାହିରେ ଲକ୍ଷିଧର ପାରାଭୋଇଙ୍କ ପୁଅ ଗତ ୨୯ ତାରିଖରେ ମୃତ୍ୟୁ ହୋଇଥିବା ବେଳେ ଚଳିତ ମାସ ୧ ତାରିଖରେ ମା ଏବଂ ୪ ତାରିଖରେ ବାପା(ଲକ୍ଷ୍ମୀଧର ଭୋଇ)ଙ୍କ ମୃତ୍ୟୁ ହୋଇଥିଲା ତେବେ ତାଙ୍କ ଝିଅ ଦେବକୀଙ୍କୁ ଉମରକୋଟ ଜୋନାଲ ହଷ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି। ମୃତକଙ୍କ ପୋଷ୍ଟମର୍ଟମ କଲେହି ପ୍ରକୃତ ମୃତ୍ୟୁର କାରଣ ଜଣାପଡିବ ବୋଲି ଡା ସନ୍ଦୀପ ଶତପଥୀ ପ୍ରକାଶ କରିଛନ୍ତି । ତେବେ ପୋଷ୍ଟମର୍ଟମ ହେବ ନା ନାହିଁ ସେନେଇ ପରିବାର ତରଫରୁ ସ୍ପଷ୍ଟ ହୋଇନି ।

ସମ୍ବନ୍ଧିତ ଖବର