ଭାଲୁ ଆକ୍ରମଣରେ ଜଣେ ଯୁବତୀଙ୍କ ସହିତ ୪ ଗୁରୁତର

ରାଇରଙ୍ଗପୁର: ଭାଲୁ ଆକ୍ରମଣରେ ୪ ଗୁରୁତର। ଛେଳି ଚରାଇବାକୁ ଯାଇଥିବା ଓ ପରିବା ଚାଷ କରିଥିବା ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ୩ ଯୁବକ ଓ ଜଣେ ଯୁବତୀ।
ସୂଚନା ଅନୁଯାୟୀ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବହଳଦା ରେଞ୍ଜ ଜାମଦା ସେକ୍ସନର ବୁଢ଼ୀରଣା ଜଙ୍ଗଲ ପାର୍ଶ୍ଵକୁ ଶାଗଯୋଡି ଗ୍ରାମର ଦରଗା ବିରୁଆ(୫୫) ଓ ତାଙ୍କ ସ୍ତ୍ରୀ ସୋମବାରି ବିରୁଆ(୪୦) ଛେଳି ଚରାଇବାକୁ ଯାଇଥିଲେ ସେହି ସମୟରେ ହଠାତ ଗୋଟିଏ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା । ତେବେ ତାଙ୍କ ଚିତ୍କାର ଶୁଣି ଜଟାପାଣି ଗ୍ରାମର ଦଶରଥ ମୁଦୁୟା(୩୧) ଓ କଲାୟ ହେମ୍ବ୍ରମ (୩୨) ରକ୍ଷା କରିବାକୁ ଯାଉଥିବା ସମୟରେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଗ୍ରାମବାସୀ ଓ ବନବିଭାଗର କର୍ମଚାରୀମାନେ ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଦରଗାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ସମ୍ବନ୍ଧିତ ଖବର