ବୀରମିତ୍ରପୁର ଆଇଆଇସିଙ୍କ ସମେତ ୪ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ଡିଜିପି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ  ସ୍ମୃତିପ୍ରଭାଙ୍କ ସମେତ ପୁରୀ ଜିଲ୍ଲା ବାସେଳୀସାହି ଥାନାର ଏସ୍‌ଆଇ ବିପ୍ଲବ କୁମାର ପ୍ରଧାନ, କନଷ୍ଟେବଳ ଜଗନ୍ନାଥ ସ୍ୱାଇଁ ଓ ବାବୁଲି ବେହେରାଙ୍କୁ ନିଲମ୍ବନ କରିଛନ୍ତି।

ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ  ସ୍ମୃତିପ୍ରଭାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି। ଟୁଇଟ ଯୋଗେ ଡିଜିପି ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ବୀରମିତ୍ରପୁର ଥାନାରେ ଜଣେ ଅଭିଯୁକ୍ତଙ୍କର ହାଜତରେ ମୃତ୍ୟୁ ହେବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏ ନେଇ ଗତକାଲି ବୀରମିତ୍ରପୁର ଥାନାରେ ଉତ୍ତେଜନା ଦେଖାଯାଇଥିଲା। ସେହିପରି ପୁରୀ ବାସେଳୀ ସାହିର ତିନି ପୁଲିସ କର୍ମଚାରୀଙ୍କ ନିଲମ୍ବନ ଖବର ମଧ୍ୟ ଓଡ଼ିଶା ପୁଲିସର ଆଧିକାରୀକ ଟୁଇଟର ହାଣ୍ଡେଲରୁ ଟୁଇଟ୍ କରାଯାଇଛି।

ସମ୍ବନ୍ଧିତ ଖବର