ଧର୍ମଶାଳା : ଡ୍ୟୁଟି ସମୟରେ ମଦ୍ୟପାନ କରିବା ଅଭିଯୋଗରେ ୪ ଜଣ ପୁଲିସ୍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ମଦ୍ୟପାନ କରିଥିବା ସମୟରେ ଯାଜପୁର ଏସ୍ପିଙ୍କ ହାବୁଡ଼ରେ ଏହି କର୍ମଚାରୀମାନେ ପଡ଼ିଥିଲେ। ନିଲମ୍ବିତ ପୁଲିସଙ୍କ ମଧ୍ୟରେ ଧର୍ମଶାଳା ଥାନା ଅଧୀନ ଜାରକା ଫାଣ୍ଡିରେ କାର୍ଯ୍ୟରତ ୨ଜଣ କନେଷ୍ଟବଳ ଓ ଅନ୍ୟ ୨ଜଣ ଓଏପିଏଫ ଯବାନ ଅଛନ୍ତି। ଗତ ୧୯ ତାରିଖ ସନ୍ଧ୍ୟାରେ ଯାଜପୁର ଏସ୍ପି ରାହୁଲ ପି.ଆର୍ କୌଣସି କାମରେ ଆସି ଚଣ୍ତିଖୋଲ ଦେଇ ପାଣିକୋଇଲି ଫେରୁଥିଲେ। ସବୁଦିନ ପରି ସେଦିନ ମଧ୍ୟ ୧୬ ନମ୍ବର ଜାତୀୟ ରାଜପଥର ଜାରକା ନିକଟରେ ପ୍ରବଳ ଭିଡ଼ ଲାଗି ରହିଥିଲା। ଟ୍ରାଫିକ୍ ଜାମ୍ ସମୟରେ ରାସ୍ତାରେ କୌଣସି ପୁଲିସ୍ କର୍ମଚାରୀଙ୍କୁ ଦେଖିବାକୁ ନପାଇ ଏସ୍ପି ରାଜପଥ ପାର୍ଶ୍ବରେ ଥିବା ଜାରକା ଫାଣ୍ଡିକୁ ଅଚାନକ ପଶି ଯାଇଥିଲେ। ଡ୍ୟୁଟି ବଦଳରେ ଏଠାରେ ସଂପୃକ୍ତ ପୁଲିସ୍ କର୍ମଚାରୀ ମଦ୍ୟପାନ କରିଥିବା ଏସ୍ପି ଜାଣିବାକୁ ପାଇଥିଲେ।
ଫାଣ୍ଡିରେ ମଦ ପିଇ ୪ ପୁଲିସ୍ ନିଲମ୍ବିତ
/sambad/media/post_attachments/wp-content/uploads/2019/04/11_15_329868150soft-drink.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)