କୋରାପୁଟ୍‌ର ୪ଟି ସ୍କୁଲକୁ ମିଳିବ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଉଚ୍ଚବିଦ୍ୟାଳୟ ପୁରସ୍କାର

୧୫ଜଣ ଓଡିଆ ଭାଷା ବୃତ୍ତି ଓ ୧୫୦ଜଣ ମୁଖ୍ୟମନ୍ତ୍ରୀ ମୋଧା ବୃତ୍ତି

ଜୟପୁର: ସଦ୍ୟ ପ୍ରକାଶ ପାଇଥିବା ମାଟ୍ରୀକ ପରୀକ୍ଷା ଫଳ ଓ ଉଚ୍ଚ ବିଦ୍ୟାଳୟ ଗୁଡିକର ଭିତ୍ତିଭୁମି ଆଦିକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଅଧିକାରୀ ଜୟପୁର ପୌରାଂଚଳ ଓ ବ୍ଲକର ଏଭଳି ୪ଟି ସ୍କୁଲକୁ ଜିଲ୍ଲାର ଶ୍ରେଷ୍ଠ ଉଚ୍ଚବିଦ୍ୟାଳୟ ପୁରସ୍କାର ଦେବା ପାଇଁ ଚୟନ କରାଯାଇଛି। ଜିଲ୍ଲାର ୧୪ଟି ବ୍ଲକ, ୩ଟି ପୌରାଂଚଳ ଓ ଗୋଟିଏ ଏନଏସିରୁ ୪୫ଟି ଶ୍ରେଷ୍ଠ ଉଚ୍ଚ ବିଦ୍ୟାଳୟ ଚୟନ କରାଯାଇଛି। ଏଥି ମଧ୍ୟରୁ ଜୟପୁର ବ୍ଲକର ସରକାରୀ ଶ୍ରୀନିବାସ ଉଚ୍ଚ ବିଦ୍ୟାଳୟ ପାମ୍ପୁଣୀ, ସରକାରୀ ହାଇସ୍କୁଲ ପୁଜାରୀପୁଟ ଓ ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟ ହରଡାପୁଟ। ଏହା ସହ ଜୟପୁର ପୌରାଂଚଳରୁ ଜୟପୁର ସିଟି ହାଇସ୍କୁଲ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ଭାବେ ଚୟନ କରାଯାଇଛି। ଏହି ହାଇସ୍କୁଲ ଗୁଡିକୁ ଏହି ବାବଦରେ ଆର୍ଥିକ ସହାୟତା ରାଶି ଏକ ଲକ୍ଷ ଲେଖାଏଁ ମିଳିବ ବୋଲି ସୂଚନା ମିଳିଛି।

ସଦ୍ୟ ପ୍ରକାଶ ପାଇଥିବା ମାଟ୍ରୀକ ପରୀକ୍ଷା ଫଳ ଓ ଓଡିଆ ଭାଷାକୁ ନେଇ  ପୃଥକ ପୃଥକ ଭାବେ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ଓ ଓଡିଆ ଭାଷା ବୃତ୍ତି ଦେବା ପାଇଁ ବି ଘୋଷଣା କରାଯାଇଛି। ଏଥିରେ ଜିଲ୍ଲାରେ ୧୫୭ଜଣ ଓଡିଆ ଭାଷା ବୃତ୍ତି ଓ ୧୫୭୦୦ଜଣ ମୁଖ୍ୟମନ୍ତ୍ରୀ ମୋଧା ବୃତ୍ତି ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ ପାଇବେ। ଏଥିରେ ଜୟପୁର ବ୍ଲକ ଓ ପୌରାଂଚଳରେ ୧୫ଜଣ ଓଡିଆ ଭାଷା ବୃତ୍ତି ଓ ୧୫୦ଜଣ ମୁଖ୍ୟମନ୍ତ୍ରୀ ମୋଧା ବୃତ୍ତି ପାଇବେ। ଏଥିରେ ସରକାରୀ ଶ୍ରୀନିବାସ ଉଚ୍ଚ ବିଦ୍ୟାଳୟ ପାମ୍ପୁଣୀର ୫ଜଣ ଓଡିଆ ଭାଷା ବୃତ୍ତି ଓ ୧୩ଜଣ ମୁଖ୍ୟମନ୍ତ୍ରୀ ମୋଧା ବୃତ୍ତି, ସିଟି ହାଇସ୍କୁଲର ୧୨ ଜଣ ମୁଖ୍ୟମନ୍ତ୍ରୀ ମୋଧା ବୃତ୍ତି, ହରଡାପୁଟ ଏସଏସଡି ସେବାଶ୍ରମ ବାଳିକା ଉଚ୍ଚବିଦ୍ୟାଳୟର ଜଣେ ଓଡିଆ ଭାଷା ବୃତ୍ତି ଓ ୪ଜଣ ମୁଖ୍ୟମନ୍ତ୍ରୀ ମୋଧା ବୃତ୍ତି ପାଇବେ ବୋଲି ସୂଚନା ମିଳିଛି। ଏହି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ମେଧାବୃତ୍ତି ବାବଦରେ ୫ହଜାର ଲେଖାଏଁ ଜମା ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର