କେନ୍ଦୁଝର: ଭାଇ, ବନ୍ଧୁ, କୁଟୁମ୍ବ ସମସ୍ତେ ଅଛନ୍ତି। ହେଲେ କେହି ଆହା ପଦେ କହିଲେ ନାହିଁ କି ଭଉଣୀର ଶବକୁ କାନ୍ଧ ଦେଲେନାହିଁ। ସାନଭାଇ ଉପାୟଶୂନ୍ୟ ହୋଇ ବଡ଼ ଭଉଣୀର ଶବକୁ ଅଟୋରେ ନେଇ ଦାହ କରିଛନ୍ତି। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ସଦର ବ୍ଲକ ରାଇସୁଆଁ ପଞ୍ଚାୟତ ସାହୁ ସାହିରେ ଘଟିଛି।
ଗ୍ରାମର ସ୍ବର୍ଗତ ରୟା ସାହୁଙ୍କ ଅବିବାହିତା ଝିଅ ସୁନି ସାହୁ। ବୟସ ପାଖାପାଖି ୪୫ ବର୍ଷ। ଗତକାଲି ଅପରାହ୍ଣ ପ୍ରାୟ ସାଢେ ୩ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଶବଦାହ ପାଇଁ ସାନଭାଇ ବାବାଜି ଚରଣ ସାହୁ କୁଟୁମ୍ବ ଲୋକଙ୍କୁ ଡାକିଥିଲେ। ହେଲେ କେହି ଆସିଲେ ନାହିଁ। ସାରାରାତି ଶବ ଘରେ ପଡିରହିବା ପରେ ବାବାଜି ବାଧ୍ୟ ହୋଇ ଆଜି ସକାଳେ ତାଙ୍କର ବନ୍ଧୁଙ୍କ ଅଟୋରେ ଭଉଣୀର ଶବକୁ ମଶାଣିକୁ ନେଇ ଦାହ କରିଥିଲେ । ବାବାଜିଙ୍କ କହିବା ଅନୁଯାୟୀ ସେ ସମସ୍ତଙ୍କ କ୍ରିୟାକର୍ମରେ ଆଗରେ ଛିଡା ହୋଇଥାଆନ୍ତି । ହେଲେ ସେ ଗରିବ ହୋଇଥିବାରୁ ତାଙ୍କ ଘରେ କାହାରି ପାଦ ପଡିଲା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-final.jpg)