ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରୀ ଗାଁରୁ ଚାରି ଭଉଣୀ ଏକ ସାଙ୍ଗରେ ନିଖୋଜ ହେବା ଘଟଣାକୁ ଇତିମଧ୍ୟରେ ୨୨ ଦିନ ବିତିଯାଇଛି। ଏନେଇ ଲଖନା ଥାନାରେ ଏତଲା ଦିଆଯାଇଥିଲେ ହେଁ ପୁଲିସ କୌଣସି ସନ୍ଧାନ ପାଉ ନଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ତଦନ୍ତ ଚାଲିଛି ବୋଲି ପୁଲିସ କେବଳ ଆଶ୍ବାସନା ଦେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପରିବାରଲୋକେ ଏସ୍ପିଙ୍କ ହସ୍ତକ୍ଷେପ ଲୋଡ଼ି ସେ ନିଜେ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି। ପ୍ରକାଶ ଯେ, କୁରୁମପୁରୀ ଗାଁର ଉଭେରାମ ଅହିରଙ୍କ ମୃତ୍ୟୁ ପରେ ପୁଅ କଲ୍ୟାଣ ଅହିର ବାପାଙ୍କ ଶବ ସତ୍କାର କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଚାରି ଭଉଣୀ ବିସିନୀ ଅହିର(୩୦), ଭୁବନେଶ୍ବରୀ ଅହିର (୨୯), ସୁଲୋଚନା ଅହିର(୨୮) ଓ ରାଧିକା ଅହିର(୨୪) ଘରୁ ନିରୁଦ୍ଦିଷ୍ଟ ହୋଇଯାଇଥିଲା। ବହୁ ଖୋଜାଖୋଜି କରି ନପାଇବାରୁ ପରିବାର ଲୋକେ ଲଖନା ଥାନା ଅଭିଯୋଗ କରିଥିଲେ। କଲ୍ୟାଣଙ୍କ କରିବା ଅନୁଯାୟୀ, ଚାରିଭଉଣୀ ଅଲେଖ ଧର୍ମ ଗ୍ରହଣ କରିଥିଲେ। ବାପାଙ୍କ ମୃତ୍ୟୁର ୮ରୁ ୧୦ ଦିନ ତଳେ ଜଣେ ଅଲେଖ ବାବା ଘରକୁ ଆସିଥିବା ସେ ସୂଚନା ଦେଇଛନ୍ତି। ଚାରି ଭଉଣୀ ନିଖୋଜ ହେବା ବେଳେ ଏକ ମୋବାଇଲ ଫୋନ୍ ନେଇଯାଇଛନ୍ତି। ସେହି ନମ୍ବରରେ କଲ୍ କେଲେ ରିସିଭ୍ କରୁନାହାନ୍ତି ଏବଂ ଶେଷରେ ଗୁଜୁରାତି ଭାଷାରେ କମ୍ପ୍ୟୁଟର ରେକର୍ଡିଂ ଭଏସ୍ ଶୁଣିବାକୁ ମିଳୁଛି। ଏନେଇ ଲଖନା ଥାନା ଅଧିକାରୀ ତପନ ଦାସଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଶୀଘ୍ର ଜଣାପଡ଼ିବ ବୋଲି ସେ କହିଛନ୍ତି।
୪ ଭଉଣୀ ନିଖୋଜ ଘଟଣା : ପତ୍ତା ପାଉନି ପୁଲିସ, ଚିନ୍ତାରେ ପରିବାର
/sambad/media/post_attachments/wp-content/uploads/2019/12/missing.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)