ନୂଆପଡ଼ା: ଦୀର୍ଘ ତିନି ମାସ ହେବ ନୂଆପଡ଼ା ଥାନା କୁରୁମପୁରୀ ଗାଁରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା ଚାରି ଭଉଣୀଙ୍କୁ ଉଦ୍ଧାର କରି ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଲଖନା ଥାନା ଅଧିକାରୀ ତପନ ଦାସ ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ୨୦୧୯ ନଭେମ୍ବର ମାସରେ କୁରୁମପୁରୀ ଗାଁର ଉଭେରାମ ଅହିରଙ୍କର ମୃତ୍ୟୁ ଘଟିଥିଲା। ପୁଅ କଲ୍ୟାଣ ତାଙ୍କ ଶବ ସତ୍କାର କରି ଫେରିବା ପରେ ଘରେ ୪ ଭଉଣୀ ଘରୁ କେଉଁଆଡ଼େ ଚାଲିଯାଇଥିବା ଜାଣିବାକୁ ପାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ଚାରି ଭଉଣୀଙ୍କର ସନ୍ଧାନ ପାଇ ନ ଥିଲେ। ଶେଷରେ କଲ୍ୟାଣ ଏ ସଂକ୍ରାନ୍ତରେ ଲଖନା ଥାନାରେ ଏତଲା ଦେଇଥିଲେ।
/sambad/media/post_attachments/wp-content/uploads/2020/02/police-2-300x183.jpg)
ପୁଲିସ ଏ ଘଟଣାର ତଦନ୍ତ କରୁଥିଲା। କୌଣସି ସୂତ୍ରରୁ ଖବର ପାଇ ଯୋରନ୍ଦା ମହିମାଗାଦି ପୁଲିସ ଗତକାଲି ସେ ଚାରି ଭଉଣୀଙ୍କୁ ଲତା ଆଶ୍ରମରୁ ଉଦ୍ଧାର କରି ଅଟକ ରଖିଥିଲେ। ସୂଚନା ପାଇ ଲଖନା ଥାନା ଅଧିକାରୀ ତପନ ଦାସ ସଦଳବଳ ଯୋରନ୍ଦା ଥାନାକୁ ଯାଇ ଚାରି ଭଉଣୀଙ୍କୁ ଆଣି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
ଭଉଣୀମାନଙ୍କ କହିବା ଅନୁଯାୟୀ, ତାଙ୍କ ପରିବାର ଅତି ଗରିବ। ବହୁ କଷ୍ଟରେ ବାପା ଜଣେ ଭଉଣୀଙ୍କୁ ବାହା କରାଇଥିଲେ। ବାପାଙ୍କର ମୃତ୍ୟୁ ହେବା ପରେ ଏକମାତ୍ର ଭାଇ କିପରି ପରିବାର ଚଳାଇବ? ଏହି ଚିନ୍ତାରେ ସେମାନେ ବାପାଙ୍କ ମୃତ୍ୟୁ ଦିନ ହିଁ ଘରୁ ପଳାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/missing-1.jpg)