ମେ’ ଶେଷ ପର୍ଯ୍ୟନ୍ତ ୪ ଯୋଡ଼ା ସ୍ବତନ୍ତ୍ର ଏକ୍ସପ୍ରେସ୍‌ ବାତିଲ୍‌

ଭୁବନେଶ୍ବର : କମ୍‌ ଯାତ୍ରୀ ହେଉଥିବାରୁ ଏବଂ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବା ଲାଗି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡ଼ୁଥିବା ୪ ଯୋଡ଼ା ସ୍ବତନ୍ତ୍ର ଏକ୍ସପ୍ରେସ୍‌କୁ ଉଭୟ ପାର୍ଶ୍ବରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପୁରୀ-ଏଲ୍‌ଟିଟି- ପୁରୀ ସାପ୍ତାହିକ ସ୍ବତନ୍ତ୍ର ଏକ୍ସପ୍ରେସ୍‌(୦୨୮୬୬/୦୨୮୬୫) ପୁରୀଠାରୁ ମେ’ ୧୮ ଓ ୨୫ ତାରିଖ ଦିନ ଏବଂ ଏଲ୍ଟି‌ଟିରୁ ମେ’ ୨୦ ଓ ୨୭ ତାରିଖରେ ବାତିଲ ରହିବ। ଭୁବନେଶ୍ବର-ଏଲ୍ଟି‌ଟି-ଭୁବନେଶ୍ବର ଦ୍ବି-ସାପ୍ତାହିକ ସ୍ବତନ୍ତ୍ର ଏକ୍ସପ୍ରେସ୍‌(୦୨୮୮୦/୦୨୮୭୯) ଭୁବନେଶ୍ବରରୁ ମେ’ ୧୭, ୨୦, ୨୪ ଓ ୨୭ ଏବଂ ଏଲ୍ଟି‌ଟିରୁ ମେ’ ୧୯, ୨୨, ୨୬ ଓ ୨୯ ତାରିଖରେ ବାତିଲ ରହିବ। ବିଶାଖାପାଟଣା-କଡ଼ପା-ବିଶାଖାପାଟଣା ଦୈନିକ ସ୍ବତନ୍ତ୍ର ଟ୍ରେନ୍‌(୦୭୪୮୮/୦୭୪୮୭) ବିଶାଖାପାଟଣାରୁ ମେ’ ୧୪ରୁ ୩୧ ମଧ୍ୟରେ ଏବଂ କଡ଼ପାରୁ ମେ’ ୧୫ରୁ ଜୁନ୍‌ ପହିଲା ମଧ୍ୟରେ ବାତିଲ୍ କରାଯାଇଛି। ବିଶାଖାପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା ଦୈନିକ ସ୍ବତନ୍ତ୍ର ଟ୍ରେନ୍‌(୦୨୮୩୧/୦୨୮୩୨) ବିଶାଖାପାଟଣାରୁ ମେ’ ୧୪ରୁ ୩୧ ମଧ୍ୟରେ ଏବଂ ଲିଙ୍ଗମପଲ୍ଲୀ ମେ’ ୧୫ରୁ ଜୁନ ପହିଲା ପର୍ଯ୍ୟନ୍ତ ବାତିଲ୍ ରହିବ।

ସମ୍ବନ୍ଧିତ ଖବର