ପାଟଣାଗଡ଼ ସୁନା ଗହଣା ଲୁଟ ମାମଲା: ୪ ଲୁଟେରା ଗିରଫ

ପଲସର୍, ଦେଶୀ ପିସ୍ତଲ, ୨ ଜୀବନ୍ତ ଗୁଳି ଓ ୪୨ ହଜାର ଜବତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସୁନା ଗହଣା ଦୋକାନକ ସୁନା ଗହଣା ଲୁଟ ମାମଲାରେ ପୁଲିସ ୪ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହା ସହିତ ଏହି ଲୁଟରେ ବ୍ୟବହ୍ରୁତ ଏକ ପଲସର୍ ବାଇକ୍, ୪୨ହଜାର ୫୦୦ ଟଙ୍କା, ଗୋଟିଏ ମୋବାଇଲ, ଗୋଟିଏ ଦେଶୀ ପିସ୍ତଲ ସହ ଦୁଇ ଜୀବନ୍ତ ଗୁଳି ଜବତ୍ କରିଥିବା ଜଣାପଡିଛି।

ପାଟଣାଗଡ଼ ସହର ମଧ୍ୟରେ ଥିବା ଅମ୍ରୁତ କଳସ ସୁନା ଗହଣା ଦୋକାନକୁ ଗତ ୫ ତାରିଖରେ ୬ ଜଣ ଦୁର୍ବୃତ୍ତ  ଆସି ପିସ୍ତଲ ଦେଖାଇ ୨ କେଜି ସୁନା ଗହଣା ଓ ୪୨ ହଜାର ନଗଦ ଟଙ୍କା ଲୁଟ କରି ନେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ କରୁଥିବା ବେଳେ ପୁଲିସ କିଛି ଦିନ ପୂର୍ବରୁ ଦୁର୍ବୃତ୍ତଙ୍କୁ ଆଣି ପଚରାଉଚୁରା କରୁଥିଲା। ମଙ୍ଗଳବାର ସନ୍ଧ୍ୟାରେ ଏହି ମାମଲାରେ ସମ୍ପ୍ରୁକ୍ତ ଥିବା ଦର୍ଶାଇ ୪ ଜଣକୁ କୋର୍ଟ ଚାଲାଣ କରା ଯାଇଥିବା ଜଣାପଡିଛି। କୋ

ର୍ଟ ଚାଲାଣ ହୋଇଥିବା ୪ ଜଣ ହେଲେ ପାଟଣାଗଡ଼ ବ୍ଲକ ସମଲେଶ୍ବର ଗ୍ରାମର ଡାକ୍ତର ବଗର୍ତୀ (୩୭), ପାଟଣାଗଡ଼ ରାମପୁରର ଆଓ୍ବାଜ ମେହେର(୩୪), ବରଗଡ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବାଦିପାଲି ଗ୍ରାମର ଚନ୍ଦ୍ରମଣି ମେହେର(୨୪), ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଖୁଟପାଲି ଗ୍ରାମର ଅଲେଖ ବଢେଇ(୨୮)ଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଜଣାପଡିଛି। ଏହା ସହିତ ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ୨ଟି ଜୀବନ୍ତ ଗୁଳି, ୪୨ ହଜାର ୫୦୦ ଟଙ୍କା, ଲୁଟ କରି ନେଇଥିବା ମୋବାଇଲ ଫୋନ୍ ଓ ଲୁଟରେ ବ୍ୟବହ୍ରୁତ ହୋଇଥିବା ଏକ କଳା ପଲସର୍ ବାଇକ୍ ଜବତ୍ କରିଥିବା ନେଇ ପୁଲିସ କହିଛି। ତେବେ ଲୁଟ ଦିନ ୬ ଜଣ ଦୁର୍ବୃତ୍ତ ଆସିଥିବା ନେଇ ସୁନା ଗହଣା ଦୋକାନ ମାଲିକ ଅଭିଯୋଗ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର