୪ ଟ୍ରାକ୍ଟର ଜବତ, ଜଣେ ଗିରଫ

ବାଲିକୁଦା : ଦର୍ପଣ ତହସିଲଦାର ପ୍ରଦୀପ୍ତ କୁମାର ସେଠୀଙ୍କ ନେତୃତ୍ବରେ ଏନଫୋର୍ସମେଣ୍ଟ ଟିମ୍ ଏହି ତହସିଲ ଅଞ୍ଚଳର ବିଭିନ୍ନ ଖାଦାନରେ ଚଢ଼ଉ କରି ୪ ଟି ଟ୍ରାକ୍ଟର ଜବତ କରିଛନ୍ତି। ରବିବାର ସକାଳୁ ଏହି ଟିମ୍ ଧାଉଡ଼ିଆପଦା ମୋରମ ଖାଦାନ ଉପରେ ଚଢ଼ଉ କରି ଏକ ମୋରମ ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଏହାକୁ ବାଲିଚନ୍ଦ୍ରପୁର ଥାନାକୁ ହସ୍ତାନ୍ତର କରିଥିଲେ। ଟ୍ରାକ୍ଟର ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ବାଲିକୁଦା ଓ ଜନକ ବେଆଇନ ବାଲିଘାଟରୁ ବାଲି ବୋଝେଇ କରିଥିବା ୩ ଟି ଟ୍ରାକ୍ଟରକୁ ଜବତ କରାଯାଇ ଥାନାରେ ଅଟକ ରଖାଯାଇଛି।

ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ ତହସିଲଦାର ଶ୍ରୀ ସେଠୀ ଧାଉଡ଼ିଆପଦା ବେଆଇନ ମୋରମ ଖାଦାନର ପ୍ରବେଶ ପଥରେ ଟ୍ରେଞ୍ଚ୍‌ ଖୋଳି ଚୋରାଚାଲାଣ ରୋକିବାକୁ ଚେଷ୍ଟା କରିଥିଲେ। ତଥାପି ଲଘୁଖଣିଜର ଚୋରା ଚାଲାଣକୁ ରୋକାଯାଇପାରୁନାହିଁ।

ସମ୍ବନ୍ଧିତ ଖବର