ପଶ୍ଚିମବଙ୍ଗରେ ଲକ୍‌ଡାଉନ ପାଇଁ ୪ ଟ୍ରେନ ବାତିଲ

ଭୁବନେଶ୍ୱର : ଅଗଷ୍ଟ ୩୧ ତଥା ସୋମବାର ପଶ୍ଚିମବଙ୍ଗରେ ହେଉଥିବା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଇଁ ପୂର୍ବତଟ ରେଳପଥରେ ଟ୍ରେନ ସେବା ପ୍ରଭାବିତ ହେବ। ୪ଟି ଟ୍ରେନ ବାତିଲ ହେବାକୁ ଥିବା ବେଳେ ୨ଟି ଲେଖାଏଁ ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯାଇଛି। ବାତିଲ ହେଉଥିବା ଟ୍ରେନଗୁଡ଼ିକ ହେଲା ଯଶୋବନ୍ତପୁରରୁ ଛାଡ଼ୁଥିବା ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ସ୍ପେସାଲ ୩୦ ତାରିଖରେ ଯଶୋବନ୍ତପୁରଠାରୁ ବାତିଲ ହେବ। ସିଆଲ୍‌ଦାରୁ ଛାଡୁଥିବା ସିଆଲ୍‌ଦା-ଭୁବନେଶ୍ୱର ଦୁରନ୍ତ ସ୍ପେସାଲ ୩୧ ତାରିଖରେ ବାତିଲ ରହିବ। ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ସିଆଲ୍‌ଦା ଦୁରନ୍ତ ସ୍ପେସାଲ ସେପ୍ଟେମ୍ବର ପହିଲା ଦିନ ଓ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସାଲ ୩୧ ତାରିଖରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ।

ଆଂଶିକ ବାତିଲ ହେଉଥିବା ଟ୍ରେନଗୁଡ଼ିକ ହେଲା ଅଗଷ୍ଟ ୩୦ ତାରିଖରେ ସିକନ୍ଦରାବାଦରୁ ଛାଡ଼ୁଥିବା ସିକନ୍ଦରାବାଦ-ହାଓଡ଼ା ଫଲକନୁମା ସ୍ପେସାଲ ଏକ୍ସପ୍ରେସ ଏହାର ଯାତ୍ରା ଭୁବନେଶ୍ୱରଠାରେ ସମାପ୍ତ କରିବ। ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ପେସାଲ ଏକ୍ସପ୍ରେସ ୩୧ ତାରିଖ ଦିନ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡ଼ିବ ଏବଂ ଉକ୍ତ ଦିନ ଏହା ହାଓଡ଼ାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ। ପ୍ରତ୍ୟାହାର କରାଯାଉଥିବା ରହଣି ମଧ୍ୟରେ ୩୦ ତାରିଖରେ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସାଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୁଲିଆ ଓ ହିଜଲୀରେ ରହଣି କରିବ ନାହିଁ। ୩୧ରେ ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସାଲ ରାଜଧାନୀ ଏକ୍ସପ୍ରେସ ଏବଂ ୩୦ରେ ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ରାଜଧାନୀ ଏକ୍ସପ୍ରେସ ଉଭୟ ଦିଗରୁ ହିଜଲୀରେ ରହଣି କରିବ ନାହିଁ। ଉପରୋକ୍ତ ଟ୍ରେନ ଗୁଡ଼ିକର ଯାତ୍ରୀମାନେ ଏଥିପ୍ରତି ଧ୍ୟାନ ଦେବା ସହ ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର