ମା’ ଛାଡି କେଉଁ ଆଡେ ଚାଲିଯିବା ପରେ ୪ବର୍ଷର ଶିଶୁ ତାରିଣିଙ୍କୁ ଏବେ ତାରିଣି ସାହା

ଜୟପୁର (ଶ୍ରୀକାନ୍ତ ସାହୁ): ଦିନ ତମାମ୍ ଯେମିତି ସେମିତି ରହିଯାଉଛି। ରାତି ବଢିଲେ ଖୋଜୁଛି ମା’କୁ। ମା’ର ହାତ ପରସ ପାଇବା ପାଇଁ ସମୟେ ସମୟେ ହଠାତ ଚେଇଁ ଉଠି ଭୋ ଭୋ ହୋଇ କାନ୍ଦୁଛି। ବୋଧ କଲେ ବି ବୋଧ ହେଉନି। ବାହୁନି ବାହୁନି କାନ୍ଦି କାନ୍ଦି ମା’କୁ ଖୋଜି ଖୋଜି ଜିଦ କରି ତଳେ ଗଡି ଯାଉଛି। ୪ ବର୍ଷ ହେଲା ବାପାକୁ ଦେଖିନି, ଏବେ ମା ହାତ ଛାଡି ଚାଲିଯାଇଛି। କୁନି ବୟସରେ ପେଟରେ ପଡିଛି ଜ୍ୱଳା। ଭୋକରେ ଆଉଟି ପାଉଟି ହେଉଥିବାବେଳେ କିନ୍ତୁ ଦାଦା ଓ ସାନମା ହାତରୁ ଖାଉନି।

ଏପରି ଦେଖିବାକୁ ମିଳିଛି ଜୟପୁର ସହର ଛାତିରେ ରହିଥିବା ଛୋଟାଗୁଡା ବସ୍ତିରେ। ବସ୍ତିର ୪ବର୍ଷର ତାରିଣି ଖରାକୁ ଏବେ ତାରିଣି ସାହା। କାହିଁକି ନା ମା’ପଦ୍ମା ତାକୁ ଛାଡି କେଉଁ ଆଡେ ୪ ଦିନ ହେଲା ପଳାଇ ଯାଇଛି। ଦାଦା ଭଗବତି ଓ ସାନମା ଚନ୍ଦ୍ରମା ନିକଟରେ ରହୁଛି ତାରିଣି। ହେଲେ ଏବେ ତାଙ୍କ ପାଖରେ ବୁଢା ବାପାମା ରହୁଥିବାବେଳେ ୟାକୁ ରଖିବାକୁ ଚାହୁଁଥିଲେ ବି ସେ ରହୁନି। ମାକୁ ଖୋଜି ଖୋଜି ଅଧର୍ଯ୍ୟ ହୋଇ କନ୍ଦୁଥିବାବେଳେ ହାତ ଛାଡି ପଳାଇଛି ମା। ଅନ୍ୟପକ୍ଷରେ ଏକ ହତ୍ୟାକାଣ୍ଡ ମାମଲାରେ ବିଚାରାଧୀନ କଏଦୀ ଭାବେ ଜୟପୁର ଉପକାରାଗାରରେ ବାପା ଅର୍ଜୁନ ଖରା ରହୁଛନ୍ତି।

ଗୋଟିଏ ପଟେ ବାପାମାକୁ ୪ ପ୍ରାଣୀ ସଂସାର ବୋଝ ଉପରେ ଲଳିତାବିଡା ପରି ହେଉଥିବାବେଳେ ହୋଟେଲ ବନ୍ଦ ରହିଥିବାରୁ ଦରମା ଗଣ୍ଡାକ କେବେ ମିଳୁଛି କେବେ ନାହିଁ। ତାହା ସାଙ୍ଗକୁ ଘର ଖର୍ଚ୍ଚ ସହ ଘରଭଡା ମୁଣ୍ଡର ବୋଝ ଉପରେ କରୋଡା ପରି। ଏବେ ଏହି ପିଲାକୁ ରଖିବାକୁ ଚାହଁଥିଲେ ପିଲାଟି ରହିବାକୁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି ଭଗବତି ।

ପାଇକସାହି କନେଷ୍ଟବଳ ହତ୍ୟା ମାମଲାରେ ବାପାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ କୋର୍ଟରେ ଏହି ମାମଲାର ବିଚାରଣା ଚାଲିଥିବାବେଳେ ୪ ବର୍ଷ ହେଲା ତାରିଣି ଓ ତାଙ୍କ ମାକୁ ସହାୟତା ଦେଇ ଆସୁଛନ୍ତି ଭଗବତି । ଯେତେବେଳେ ଯାହା ସହଯୋଗ ମା ପଦ୍ମା ଲୋଡୁଥିଲା ଭଗବତି ସହ ଅନ୍ୟଜଣେ ସମ୍ପର୍କୀୟ ତାଙ୍କୁ ସାହାଯ୍ୟ କରୁଥିଲେ। ହଠାତ ଗୁରୁବାର ଦିନ ଗୋଟାଏ ବେଳେ ବ୍ରାହ୍ମଣୀ ଗାଁରେ ରହିଥିବା ଜଣେ ସମ୍ପର୍କୀୟଙ୍କ ଘରେ ପୁଅ ତାରିଣିକୁ ଛାଡି ମା ହାତ ଛାଡି କେଉଁଆଡେ ଚାଲିଯାଇଛି। ତେବେ ତାଙ୍କ ମା କୁଆଡେ ଯାଇଛି କାହା ସହ ଯାଇଛି ଏବେ ଯାଏ ଜଣାନାହିଁ। ସେ ଦେଇଥିବା ଫୋନ ନମ୍ବର ଏବେ ଲାଗୁ ନ ଥିବାବେଳେ ମାକୁ ନ ପାଇ ପୁଅ ତାରିଣି କାନ୍ଦୁଥିବା ଜଣାପଡିଛି। ତେବେ ବାପା ଅର୍ଜୁନ ସ୍ତ୍ରୀ ନାଁରେ ଟାଉନରେ ଥାନାରେ ଅଭିଯୋଗ କରିଥିବାବେଳେ ଥାନାରେ କୌଣସି ମାମଲା ହୋଇ ନ ଥିବା ଜଣାପଡିଛି।

ତେବେ ୫ବର୍ଷ ହେଲା ଅର୍ଜୁନ ଜେଲରେ ରହିଥିବାବେଳେ ଭୋକ ଉପାସରେ ଅଧେବେଳ ରହୁଥିଲେ ପୁଅ ତାରିଣି ଓ ମା ପଦ୍ମା। ସାନଭାଇଙ୍କ ହାତ ଟେକାରେ ସେ ଚଳୁଥିବାବେଳେ କରୋନା ଏହି ସହାୟତାରେ ରୋକ ଲଗାଇଥିଲା। ୬ ମାସ ହେଲା ସବୁ ବନ୍ଦ ରହିଥିବେଳେ ଧୀରେ ଧୀରେ ଏବେ ଖୋଲୁଥିବାବେଳେ କାମ ପାଇ ନ ଥିଲେ ପଦ୍ମା। ଫଳରେ ଦାରିଦ୍ୟ ଓ ସ୍ୱାମିଙ୍କ ଜେଲ ଦଣ୍ଡ ଏହି ତାରିଣିକୁ ରାଜରାସ୍ତାକୁ ଟାଣି ଆଣିଛି।

ସମ୍ବନ୍ଧିତ ଖବର